ଶ୍ରୀନଗର, ୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ସେଠାକୁ ଦଳୀୟ ଗସ୍ତରେ ଯାଇଥିବା ସିପିଆଇ(ଏମ୍) ମହାସଚିବ ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖାଯାଇଛି। ଦଳର ନେତାଙ୍କ ସହ ବୈଠକ କରିବାକୁ ଶ୍ରୀନଗର ଯାଉଥିବା ଏକ ଚିଠି ସେ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ପଠାଇଥିଲେ। ଗସ୍ତ ପାଇଁ ସେ ଚିଠିରେ ଅନୁମତି ମଧ୍ୟ ମାଗିଥିଲେ। ସୂଚନାଯୋଗ୍ୟ, ଗୁରୁବାର ରାଜ୍ୟ ସଭାର ବିରୋଧୀ ଦଳ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ମଧ୍ୟ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖାଯାଇଥିଲା।