ଶ୍ରୀନହରକୁ ବିଜେ ହେଲା ଖଡ଼ିପ୍ରସାଦ: ମହାପ୍ରଭୁଙ୍କର ହେଲା ବନକଲାଗି

ପୁରୀ ଅଫିସ, ୨ା୭: ଶ୍ରୀନହରକୁ ମଙ୍ଗଳବାର ଖଡ଼ି ପ୍ରସାଦ ବିଜେ କରାଯାଇଛି। ପୂର୍ବାହ୍ନରେ ଦତ୍ତମହାପାତ୍ର ସେବକ ଏବଂ ଦଇତାପତି ସେବକମାନେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଖଡ଼ି ପ୍ରସାଦ ଲାଗି ହୋଇଥିଲା। ରୂପା ଥାଳିରେ ମହାପ୍ରଭୁଙ୍କ ଲାଗି ଫୁଲ, ତୁଳସୀ ଏବଂ ୩ ରୂପା ପିଙ୍ଗଣରେ ଖଡ଼ିି ପ୍ରସାଦ ବିଜେ କରାଯାଇଥିଲା। ଖଡ଼ିି ପ୍ରସାଦକୁ ଗଜପତିଙ୍କ ଗାଦିରେ ରଖାଯାଇଥିଲା। ଶ୍ରୀନହରରେ ଖଡ଼ି ପ୍ରସାଦ ବିଜେ ନୀତି ସମ୍ପନ୍ନ ହେବା ପରେ ରାଜଗୁରୁ ଦେବୀ ପ୍ରସାଦ ରାଜଗୁରୁଙ୍କ ହସ୍ତରୁ ଶାଢି ନେଇ ପାଟ୍ଟଶାଣୀ ସେବକ ତଳୁଚ୍ଛ, ଦେଉଳକରଣ, ବେହେରା ଖୁଣ୍ଟିଆ, ପତିମହାପାତ୍ର ଓ ତିନିବାଡ଼ର ଦଇତାପତିଙ୍କୁ ବାନ୍ଧିଥିଲେ। ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ବଢିଥିଲା। ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା। ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କ ବନକଲାଗି କରିଥିଲେ।

Share