Posted inଖେଳ

ଶ୍ରୀନିବାସନଙ୍କ ଝିଅ ରୂପା ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ, ୪ା୬ (ପି.ଟି.)-‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଏନ୍‌. ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୋର୍ଡର ଏଥିକ୍ସ ଅଫିସର ଜଷ୍ଟିସ୍‌ (ଅବସରପ୍ରାପ୍ତ) ଡି.କେ. ଜୈନଙ୍କ ଦ୍ୱାରା ଗୁରୁବାର ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ରୂପା ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ର ସଭାପତି ଅଛନ୍ତି। ବିସିସିଆଇର କୌଣସି ସ୍ବୀକୃତିପ୍ରାପ୍ତ ୟୁନିଟ୍‌ର ସେ ପ୍ରଥମ ମହିଳା ସଭାପତି। ସେ ଇଣ୍ଡିଆନ ସିମେଣ୍ଟ୍ସ ଲିମିଟେଡ୍‌ (ଆଇସିଏଲ୍‌)ର ଜଣେ ଫୁଲ୍‌ ଟାଇମ୍‌ ନିର୍ଦ୍ଦେଶକ ଅଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ କ୍ରିକେଟ ଲିମିଟେଡ୍‌ (ସିଏସ୍‌କେସିଏଲ୍‌) ସହ ତାଙ୍କର ସିଧାସଳଖ ସମ୍ପର୍କ ଥିବାରୁ ‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ)ର ଜଣେ ପୂର୍ବତନ ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଅଭିଯୋଗ କରିଥିଲେ। ଟିଏନ୍‌ସିଏ ଚାହିଁଲେ କୋର୍ଟ ଅଫ୍‌ ଲ’ରେ ଏହାକୁ ଚ୍ୟାଲେଞ୍ଜ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ବଲ୍‌ରେ ଇତିହାସ ରଚିଲେ ଶାମି, ପରେ କରିଦେଲେ ବଡ଼ ଭୁଲ; ଦେଖିବାକୁ ମିଳିଲା..  

ନୂଆଦିଲ୍ଲୀ,୨୫।୪: IPL ୨୦୨୫ର ୪୩ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ମହମ୍ମଦ ଶାମି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ପ୍ରଥମ ବଲ୍‌ରେ ଇତିହାସ ରଚିଛନ୍ତି।...

ବାସ୍କେଟ ବଲ କ୍ରୀଡ଼ା ଉତ୍ସବ: ସାମିଲ ହେଲେ ୧୨ ବିଦ୍ୟାଳୟ

ସମ୍ବଲପୁର,୨୫ା୪(ବି.ଶଙ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ସମ୍ଭାଗସ୍ତରୀୟ ତିନିଦିନିଆ ବାସ୍କେଟ୍‌ ବଲ କ୍ରୀଡ଼ା ଉତ୍ସବ ସମ୍ବଲପୁରସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି।...

ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଲା ଆର୍‌ସିବି, ଜାଣନ୍ତୁ କେଉଁ ଦଳ ପ୍ରଥମ, ଦ୍ୱିତୀୟ

ବେଙ୍ଗାଲୁରୁ,୨୫ା୪: ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଓ ଜୋଶ ହାଜେଲଉଡଙ୍କ ୪ ଉଇକେଟ ସଫଳତା ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୧ ରନ୍‌ରେ ରାଜସ୍ଥାନ ରୟାଲ୍ସ...

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ...

ଟି-୨୦ ବଡ଼ କାରନାମା କଲେ ବିରାଟ କୋହଲି: ବାବର ଆଜମଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ,୨୫।୪:ଆଇପିଏଲ ୨୦୨୫ର ୪୨ତମ ମ୍ୟାଚ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ RCB...

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ...

ଭାରତ ଆସିବେନି ନଦିମ

ନୂଆଦିଲ୍ଲୀ,୨୪ା୪: ଆସନ୍ତା ମେ’ ୨୪ ତାରିଖରୁ ବେଙ୍ଗାଲୁରୁରେ ହେବାକୁ ଥିବା ନୀରଜ ଚୋପ୍ରା କ୍ଲାସିକ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପାକିସ୍ତାନର ଅଲିମ୍ପିକ ଚାମ୍ପିୟନ ଅର୍ଶଦ ନଦିମ...

ମାଡ୍ରିଡ୍‌ ଓପନରୁ ଓହରିଲେ ଅଲ୍‌କାରାଜ

ମାଡ୍ରିଡ୍‌,୨୪ା୪: ଇଞ୍ଜୁରୀ ଯୋଗୁ ଦର୍ଶକଙ୍କ ଫେଭରାଇଟ୍‌ କାର୍ଲୋସ ଅଲ୍‌କାରାଜ ମାଡ୍ରିଡ୍‌ ଓପନ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଗତ ରବିବାର ବାର୍ସିଲୋନା ଓପନ ଫାଇନାଲ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image