ଶ୍ରୀନିବାସ ଭାଜପାର ନୂତନ ଜିଲା ମିଡିଆ ସଂଯୋଜକ

ବାଲେଶର ଅଫିସ, ୨୦ା୫-ଭାଜପାର ବାଲେଶର ଜିଲା ନୂତନ ମିଡିଆ ସଂଯୋଜକ ଓ ମୁଖପାତ୍ର ଭାବେ ଶ୍ରୀନିବାସ ପ୍ରଧାନଙ୍କୁ ଜିଲା ସଭାପତି ଉମାକାନ୍ତ ମହାପାତ୍ର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ପ୍ରଧାନ ଜଣେ ଦକ୍ଷ ଯୁବସଙ୍ଗଠକ ତଥା ସମାଜସେବୀ ରୂପେ ପରିଚିତ। ଏଥିପାଇଁ ପ୍ରଧାନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଗୋଲକ ମହାପାତ୍ର ଓ ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।