ଶ୍ରୀମନ୍ଦିରରେ ଏଏସ୍‌ଆଇ ଡିଜି: ମରାମତି କାର୍ଯ୍ୟର ତଦାରଖ କଲେ

ପୁରୀ ଅଫିସ, ୨୪ା୧୨: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି) ଉଷା ଶର୍ମା ସୋମବାର ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ଅପରାହ୍ନରେ ଶର୍ମା ସିଂହଦ୍ୱାରରେ ପହଞ୍ଚତ୍ବା ପରେ ତାଙ୍କୁ ଏଏସ୍‌ଆଇ ଅଧିକାରୀ ସ୍ବାଗତ କରିଥିଲେ। ପରେ ଶର୍ମା ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଏଏସ୍‌ଆଇ ପକ୍ଷରୁ ମନ୍ଦିରରେ ଚାଲିଥିବା ମରାମତି କାର୍ଯ୍ୟର ତଦାରଖ କରିଥିଲେ। ନାଟମଣ୍ଡପ କାମର ଅଗ୍ରଗତି ସମ୍ପର୍କରେ ସେ ପଚାରି ବୁଝିଥିଲେ। ଏଥିସହ ନାଟମଣ୍ଡପରେ ଲଗାଯାଇଥିବା କ୍ରାକ୍‌ ମିଟର କିପରି ରିଡିଂ କରୁଛି, ଫନୀରେ ମନ୍ଦିରର ଯେଉଁ କ୍ଷତି ଘଟିଥିଲା ସେସବୁର ମରାମତି ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ। ଆଗକୁ ଯେଉଁ ସବୁ କାମ ରହିଛି ତାହାକୁ ଶୀଘ୍ର ଶେଷ କରିବା ଲାଗି ପରାମର୍ଶ ଦେଇଥିଲେ। ଡିଜି ଶର୍ମାଙ୍କ ଏହି ପରିଦର୍ଶନ ସମୟରେ ସ୍ଥାନୀୟ ଏଏସ୍‌ଆଇ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Share