ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା

ପୁରୀ ଅଫିସ,୩୧ା୩: ଶ୍ରୀମନ୍ଦିରରେ ସୋମବାର ଅନୁଷ୍ଠିତ ହୋଇଯାଇଛି ଚୈତ୍ର ଗୁଣ୍ଡିଚା। ଚୈତ୍ରମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ଅବସରରେ ସୂର୍ଯ୍ୟମନ୍ଦିରରୁ ସୂର୍ଯ୍ୟଦେବ ଏକ ସ୍ବତନ୍ତ୍ର ରଥରେ ବସି ଭିତର ବେଢା ପରିକ୍ରମା କରିଥିଲେ। ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ବଢିବା ପରେ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟଦେବଙ୍କୁ ପଞ୍ଚାମୃତରେ ମହାସ୍ନାନ ପରେ ବେଶ କରାଯାଇଥିଲା। ଏହାପରେ ଖିରି, କାକରା ଏବଂ ଲଡ଼ୁ ପଞ୍ଚୋପଚାରରେ ସୂର୍ଯ୍ୟଦେବଙ୍କୁ ଭୋଗ ଲାଗି କରାଯାଇ ଚୈତ୍ର ଗୁଣ୍ଡିଚା ପର୍ବ ସମ୍ପନ୍ନ କରାଯାଇଥିଲା।

Share