ଶ୍ରୀମନ୍ଦିରରେ ବଡ଼ଚଣା ଆଇଆଇସିଙ୍କ ପ୍ରବେଶ ଘଟଣା: ସହଯୋଗ କରିଥିବା ସେବାୟତ ଅଟକ

ପୁରୀ ଅଫିସ, ୨୧।୪: କରୋନା (କୋଭିଡ-୧୯) ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବାରେ ସହଯୋଗ କରିଥିବା ସେବାୟତ ଶ୍ୟାମ ପୂଜାପଣ୍ଡାଙ୍କୁ ସିଂହଦ୍ୱାର ପୋଲିସ ମଙ୍ଗଳବାର ଅଟକ ରଖିଛି। କରୋନା ମୁକାବିଲା ପାଇଁ ଗତ ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ମାତ୍ର ଗତ ରବିବାର ସନ୍ଧ୍ୟାରେ ଆଇଆଇସି ଜେନା ସପରିବାର ଦର୍ଶନ ପାଇଁ ଯାଇଥିଲେ। ଦକ୍ଷିଣ ଦ୍ବାର ଦେଇ ଭିତରକୁ ଯିବାବେଳେ କାର୍ଯ୍ୟରତ ପୋଲିସ କର୍ମଚାରୀ ତାଙ୍କୁ ବାରଣ କରିଥିଲେ। ମାତ୍ର କିଛି ନ ଶୁଣି ସେମାନେ ଭିତରକୁ ଯାଇଥିଲେ। ସମ୍ପୃକ୍ତ ପୂଜାପଣ୍ଡା ସେବକ ତାଙ୍କୁ ପ୍ରବେଶ କରାଇବାରେ ସହଯୋଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସିଂହଦ୍ୱାର ଥାନାରେ ଆଇଆଇସି ଜେନା, ତାଙ୍କ ସ୍ତ୍ରୀ ଏବଂ ଶ୍ୟାମ ପୂଜାପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଲିସ ମଙ୍ଗଳବାର ସମ୍ପୃକ୍ତ ପୂଜାପଣ୍ଡା ସେବକଙ୍କୁ ଆଣି ଥାନାରେ ଅଟକ ରଖିଛି।

Share