ଶ୍ରୀମନ୍ଦିରର ସୁରକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ସୁପାରିଶ କାର୍ଯ୍ୟକାରୀ କରିବା ଜରୁରୀ, ମହାପ୍ରଭୁଙ୍କ ସେବା ଭାବି ସହଯୋଗ କରନ୍ତୁ; କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯିବ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁରୀର ବିକାଶ ପାଇଁ ୫ଶହ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବାତ୍ୟା ଫନୀରେ ଭୁଷୁଡ଼ି ପଡ଼ିଥିବା ବିଭିନ୍ନ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଏହାକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ସେ ସଙ୍କଳ୍ପ ନେଇଥିବା ଏକ ବାର୍ତ୍ତାରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର। ମହାପ୍ରଭୁ ଆମର ଆତ୍ମା। ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସୁରକ୍ଷା ଓଡ଼ିଆ ଜାତିର ଧର୍ମ। ପୂର୍ବରୁ ଏଥିଲାଗି ଓଡ଼ିଆ ଜାତି ଅନେକ ତ୍ୟାଗ କରିଛି। ଅନେକ ବଳିଦାନ ଦେଇଛି। ମହାପ୍ରଭୁଙ୍କୁ ଧରି ଚିଲିକାରୁ ସୋନପୁର ପର୍ଯ୍ୟନ୍ତ ବୁଲିଛି। ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ଆତଙ୍କବାଦ ଏକ ବଡ଼ ସମସ୍ୟା ପାଲଟିଛି। ବିଭିନ୍ନ ଧର୍ମାନୁଷ୍ଠାନକୁ ସେମାନେ ଲକ୍ଷ୍ୟ କରୁଥିବା ହେତୁ ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଆସୁଥିବା ସୁପାରିଶକୁ କାର୍ଯ୍ୟକାରୀ କରିବା ଜରୁରୀ। ଏଥିରେ କିଛି ପରିବାର ପ୍ରଭାବିତ ହୋଇପାରନ୍ତି। ହେଲେ ମନ୍ଦିରର ସୁରକ୍ଷା ପାଇଁ ଏହି ତ୍ୟାଗ ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତ ପୀଢ଼ି ପାଇଁ ଶ୍ରୀମନ୍ଦିରକୁ ସୁରକ୍ଷିତ ରଖିବା ଜରୁରୀ। ଏଣୁ ମହାପ୍ରଭୁଙ୍କ ସେବା ଭାବି ଏଥିରେ ସହଯୋଗ କରନ୍ତୁ। ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ପାଇଁ ମନେ ରଖିବେ ବୋଲି ସେ କହିଛନ୍ତି।

କ୍ଷତିଗ୍ରସ୍ତ ହେବାକୁ ଥିବା ଘର, ଦୋକାନ ଆଦିର ଥଇଥାନ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ଅଧୀନରେ ଯେଉଁମାନଙ୍କ ଘର ଅଥବା ଦୋକାନ ଆସୁଛି, ସେମାନଙ୍କର ଥଇଥାନ କରାଯି। ଏପରିକି ଜୋନ୍‌ରେ ଥିବା ମଠଗୁଡ଼ିକୁ ପୁଣି ଥରେ ଗଢ଼ିବାରେ ସରକାର ସହଯୋଗ କରିବେ। ସହରରେ ଥିବା ମଠଗୁଡ଼ିକୁ ଅଭଡ଼ା ଯୋଜନାରେ ରାଜ୍ୟ ସରକାର ସାହାଯ୍ୟ ଯୋଗାଇ ଦେବେ। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୧ଶହ କୋଟି ଟଙ୍କା ରଖାଯାଇଛି। ପୁରୀଧାମର ଗରିମା ବୃଦ୍ଧି ଦିଗରେ କରାଯାଉଥିବା ଉଦ୍ୟମର ସଫଳତା ଲାଗି ସମସ୍ତଙ୍କର ସହଯୋଗ ଲୋଡ଼ୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବଙ୍କ ଗାଡ଼ିକୁ ଆକ୍ରମଣ: ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ

ଭୁବନେଶ୍ୱର,୧୩।୪: ରବିବାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆରୁଆସ୍ଥିତ ଗ୍ରାମରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସ୍ଥାନୀୟ ଖଣି ମାଫିଆମାନେ କରିଥିବା...

ସମୁଦ୍ରମୁହାଁ ଅଲିଭରିଡଲେ ଶାବକ ଦେଖିଲେ ରାଜ୍ୟପାଳ

ଛତ୍ରପୁର,୧୩ା୪(ସନ୍ତୋଷ ପାଢ଼ୀ ):ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି ରବିବାର ଗଞ୍ଜାମ ଜିଲା ଗସ୍ତରେ ଆସି ସେ ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଦାରଖ କରିଥିଲେ। ଏହି...

ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ବାଇବାଲିର ପଞ୍ଚାନନ ନାଇକଙ୍କୁ ଏକ ହତ୍ୟା ଧମକ ମାମଲାରେ ଗିରଫ କରିଛନ୍ତି। ଏଥିସହ ତାଙ୍କଠାରୁ ପୋଲିସ...

ମୁର୍ଶିଦାବାଦ ହିଂସା ପାଇଁ ମୋଦି, ଯୋଗୀ, ଶାହା ଦାୟୀ: ଟିଏମସି ବିଧାୟକ

ଚେନ୍ନାଇ,୧୩।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ନୂତନ ୱାକଫ ଆଇନ ବିରୋଧରେ ବଡ଼ ଧରଣର ହିଂସା ଘଟିଛି। ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲା ବେଳେ ଅନେକ ଆହତ...

ଜଣାପଡ଼ିଲା କେଉଁ ଫୋନ ବ୍ୟବହାର କରୁଛନ୍ତି ବିରାଟ କୋହଲି, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ,୧୩।୪: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଖେଳାଳି ବିରାଟ କୋହଲି କେବଳ ତାଙ୍କର ଚମତ୍କାର ଖେଳ ପାଇଁ ନୁହେଁ ବରଂ ତାଙ୍କର ଜୀବନଶୈଳୀ ଏବଂ ଗ୍ୟାଜେଟ...

୮ଟି ଶ୍ରେଣୀକୁ ୫ କୋଠରି, ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

କେସିଙ୍ଗା,୧୩ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଶିକ୍ଷାଦାନ କ୍ଷେତ୍ରରେ ବହୁ ଅବହେଳା ହେଉଛି। ଇତିମଧ୍ୟରେ ଗଣଶିକ୍ଷା ଓ ବିଦ୍ୟାଳୟ ମନ୍ତ୍ରୀ କେସିଙ୍ଗା ପରିଦର୍ଶନ ଆସି...

ଶ୍ରମିକଙ୍କୁ ଲେବର କାର୍ଡ ବଣ୍ଟନ କଲେ ବିଧାୟକ, ଏଣିକି ମିଳିବ ଏସବୁ ସୁବିଧା

କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନରୁ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ପଞ୍ଚାୟତର ବ୍ୟକ୍ତି ସେମାନେ ଲେବର କାର୍ଡ ପାଇବାରୁ ବଞ୍ଚିତ ହୋଇଥିଲେ। ଯାହା ଫଳରେ...

NIA କଷ୍ଟଡିରେ କେମିତି କଟୁଛି ରାଣାଙ୍କ ଦିନ? କରୁଛନ୍ତି ମାତ୍ର ୩ଟି ଜିନିଷ ଡିମାଣ୍ଡ

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ ଜାତୀୟ ତଦନ୍ତ ସଂସ୍ଥା (NIA) ର ହେପାଜତରେ ତହଉର ରାଣା କିପରି ଦିନ ବିତାଉଛନ୍ତି, ଏହା ଏପରି ଏକ ପ୍ରଶ୍ନ ଯାହା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image