ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ,୨୨ା୬: ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରାଯାଏ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ଗୁରୁବାର ଏଏସ୍‌ଆଇର ୪ ଜଣିଆ ବୈଷୟିକ ଟିମ୍‌ ପୁରୀରେ ପହଞ୍ଚିଛନ୍ତି। ପ୍ରଥମେ ସିଂହଦ୍ୱାର କାମ ଆରମ୍ଭ ହୋଇଛି। ପିତ୍ତଳ ଦ୍ୱାରକୁ ଖୋଲାଯାଇ ରୁପା ଲଗାଯିବ। ମୁମ୍ବାଇର ଜଣେ ଦାତା ଏହାକୁ ଦାନ କରିଛନ୍ତି। ଏହା ପରେ ଗର୍ଭଗୃହ ଯାଞ୍ଚ କରାଯାଇଛି।

ଶ୍ରୀମନ୍ଦିର ଗର୍ଭଗୃହ ମୂଷା ସମସ୍ୟାର ସ୍ଥାୟୀ ପ୍ରତିକାର ଲାଗି ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମୂଷାମାନଙ୍କର ପ୍ରବେଶ ପଥ ବନ୍ଦ ସହ ଘଉଡ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥଯାତ୍ରା ଶେଷପୂର୍ବରୁ ଏହି କାମ ସରିଛି। ଏନେଇ ପୂର୍ବରୁ ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଆଲୋଚନା ପରେ  ନିଷ୍ପତ୍ତି ନିଆଯାଇଥିଲା।

Share