ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଆରମ୍ଭ: ସୁରକ୍ଷା କଡ଼ାକଡ଼ି

ପୁରୀ ଅଫିସ,୨୭।୮: ଶ୍ରୀମନ୍ଦିର ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ ମଙ୍ଗଳବାର ସକାଳ ୯ ଟା ୫୫ ମିନିଟ୍‌ରୁ ଆରମ୍ଭ ହୋଇଛି। ପ୍ରଥମେ ଲଙ୍ଗୁଳି ମଠକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ୨୪ ପ୍ଲାଟୁନ ପୋଲିସ ସହ ୧୦ ଜଣ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ୨୦ରୁ ଊର୍ଦ୍ଧ୍ୱ ଜେସିବି, ବ୍ରେକର ସହିତ ଟ୍ରାକ୍ଟର, ହାଇଓ୍ବା ସାହାଯ୍ୟରେ ଉଚ୍ଛେଦ ଚାଲିଛି।

 

Share