ଶ୍ରୀମନ୍ଦିର ଜଗମୋହନର ଭିତର ଦୃଶ୍ୟ ଭାଇରାଲ

ପୁରୀ ଅଫିସ,୨୦ା୬: ଶ୍ରୀମନ୍ଦିର ପରିସର ମହାଲକ୍ଷ୍ମୀ ମନ୍ଦିର ଜଗମୋହନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ପାଟରା ସେବାୟତ ଚତୁର୍ଦ୍ଧା ବିଗ୍ରହଙ୍କ ଲାଗି ପଇତା ତିଆରି କରୁଥିବାବେଳେ ସେଲ୍‌ଫି ଉଠାଇଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଫଟୋ ଭାଇରାଲ ହେବା ପରେ ପାଟରା ନିଯୋଗ ପକ୍ଷରୁ ସଂପୃକ୍ତ ସେବାୟତଙ୍କୁ ସେବାରୁ ନିଲମ୍ବନ କରାଯାଇଛି। ଏ ସମ୍ପର୍କରେ ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଅବଗତ କରିଛି। ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Share