ପୁରୀ ଅଫିସ, ୩୦।୫: ଆଗକୁ ଆସୁଛି ସ୍ନାନ ଯାତ୍ରା ଓ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକ ଚାଲିଥିବା ବେଳେ ଭୁବନେଶ୍ୱରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କିଶନ କୁମାର ରହିଥିବା ବେଳେ ପୁରୀରେ ଜିଲାପାଳ , ଏସ୍ପି ଓ ପରିଚାଳନା କମିଟି ସଦସ୍ୟ ରହିଛନ୍ତି। ଏଥିରେ ମୁଖ୍ୟତଃ ରାଜେନ୍ଦ୍ରାଭିଷେକ ଠାରୁ ଉଭାଯାତ୍ରା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଅନୁମୋଦନ ହେବ। ବିଶେଷକରି ସ୍ନାତଯାତ୍ରା ନୀତି ସମ୍ପର୍କରେ ଆଲୋଚନା କରାଯାଇ ଏହା କିପରି ଶୃଙ୍ଖଳିତଭାବେ ସମ୍ପନ୍ନ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଏଥିସହ ସ୍ନାନପୂର୍ଣ୍ଣିମା ନୀତି ସମ୍ପୃକ୍ତ ସେବକଙ୍କ ବ୍ୟତିତ ଅନ୍ୟ ସେବକମାନେ କିପରି ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେ ସମ୍ପର୍କରେ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।