ଶ୍ରୀମନ୍ଦିର ପାଇଁ ଜରୁରିକାଳୀନ ପାଣ୍ଠିରୁ ୩୦୦କୋଟି ଖର୍ଚ୍ଚ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ କରି ଆକର୍ଷଣୀୟ ଢଙ୍ଗରେ ଐତିହ୍ୟ ସୁରକ୍ଷାବଳୟ ତିଆରି କରୁଛନ୍ତି। ଏହି କାର୍ଯ୍ୟ ପ୍ରାୟ ୭୦ ପ୍ରତିଶତ ସରିବାକୁ ବସିଥିବାବେଳେ ସରକାର ଓଡ଼ିଶା ଜରୁରିକାଳୀନ ପାଣ୍ଠି(ଓସିଏଫ୍‌)ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ପୂର୍ତ୍ତ ବିଭାଗ ଏହି ଅର୍ଥ ଓସିଏଫ୍‌ରୁ ଉଠାଇ ଜମି ଅଧିଗ୍ରହଣ କାର୍ଯ୍ୟ ପରେ ଐତିହ୍ୟ ସୁରକ୍ଷାବଳୟର ଉନ୍ନତୀକରଣ ପାଇଁ ଖର୍ଚ୍ଚ କରିଛି। ପୁରୀର ରାସ୍ତା ଓ କୋଠାବାଡି ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ଅର୍ଥ ଦିଆଯାଇସାରିଛି। ନଭେମ୍ବର ଏବଂ ଡିସେମ୍ବରରେ ୬ଟି ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରାଯାଇଛି। ୨୫୦କୋଟି ଟଙ୍କା ୫ଟି ପର୍ଯ୍ୟାୟରେ ନଭେମ୍ବରରେ ପ୍ରଦାନ କରାଯାଇଥିବା ବେଳେ ଡିସେମ୍ବର ୧୧ତାରିଖରେ ୫୦କୋଟି ଟଙ୍କା ଦିଆଯାଇଛି। ରାଜ୍ୟ ସରକାର ହଠାତ୍‌ ୨୦୧୯-୨୦ ଆର୍ଥିକ ବର୍ଷରେ ବିନା ଆର୍ଥିକ ଯୋଜନାରେ ପୁରୀ ପାଇଁ ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଲେ, ଯେଉଁଥିଲାଗି ଜରୁରିକାଳୀନ ପାଣ୍ଠିରୁ ସରକାର ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଲେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri