ଶ୍ରୀମନ୍ଦିର ପାଇଁ ୨୫ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ, ୧୬ା୬: ଦବସ୍ନାନ ପୂର୍ଣ୍ଣିମା ସହ ସୋମବାର ମହାପ୍ରଭୁଙ୍କ ହାତୀବେଶ ଅନୁଷ୍ଠିତ ହେବ। ଏହାକୁ ଦେଖିବା ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହେବ। ଭିଡ଼, ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ନିୟନ୍ତ୍ରଣ ଲାଗି ପୁରୀ ସହର ପାଇଁ ମୋଟ ୪୪ ପ୍ଲାଟୁନ ଫୋର୍ସ ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରୁ ୨୫ ପ୍ଲାଟୁନ ଫୋର୍ସ କେବଳ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ରହିବେ। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ମୁତାବକ, ଶ୍ରୀମନ୍ଦିରରେ ୨ ଜଣ କମାଣ୍ଡାଣ୍ଟ, ୮ ଜଣ ଡେପୁଟି କମାଣ୍ଡାଣ୍ଟ ଏବଂ ଅତିରିକ୍ତ ଏସ୍‌ପି, ଡିଏସ୍‌ପି ୧୧, ଇନ୍ସପେକ୍ଟର ଏବଂ ସବ୍‌ଇନ୍ସପେକ୍ଟର ୨୯, ଏଏସ୍‌ଆଇ ଓ ଏସ୍‌ଆଇ ୧୨୨, ହାବିଲଦାର ୧୨, କନଷ୍ଟେବଳ ୧୩୩, ଟ୍ରାଫିକ କନଷ୍ଟେବଳ ୪, ହୋମ୍‌ଗାର୍ଡ ୧୦୮ଜଣ ମୁତୟନ ହେବେ। ଶ୍ରୀମନ୍ଦିର ଭିତରେ ଜଣେ ଲେଖାଏଁ ଏସ୍‌ଆଇ ଏବଂ ଏଏସ୍‌ଆଇଙ୍କ ସମେତ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଶ୍ରୀମନ୍ଦିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ଅଧୀନରେ ଏହା କାର୍ଯ୍ୟ କରିବ। ଏଥିସହିତ ୩ ପ୍ଲାଟୁନ ଷ୍ଟ୍ରାଇକିଂ ଫୋର୍ସ ମନ୍ଦିର ଫାଣ୍ଡି, ଟାଉନ ଥାନା ଏବଂ କୁମ୍ଭାରପଡ଼ା ଥାନାରେ ମୁତୟନ ରହିବେ ବୋଲି ଆଇଜି ସୂଚନା ଦେଇଛନ୍ତି। ବିଶେଷକରି ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ସ୍ନାନବେଦିରେ ମହାପ୍ରଭୁଙ୍କ ଦର୍ଶନ ସାରି ଅନ୍ୟ ଦ୍ୱାର ଦେଇ ବାହାରିବେ।

Share