ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା: ପୋଲିସର ତତ୍ପରତା

ପୁରୀ ଅଫିସ୍‌, ୨୩।୧୨: ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଫଟୋ ଭାଇରାଲ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଫଟୋ ଭାଇରଲ ହୋଇଥିବା ଫେସବୁକ ଆକାଉଣ୍ଟଧାରୀଙ୍କୁ ତଦନ୍ତ ପାଇଁ ଡକାଯାଇଛି। କେଉଁ ପରିସ୍ଥିତିରେ କିଭଳି ଫଟୋ ଭାଇରାଲ କରାଗଲା ତାହାର ତଦନ୍ତ କରାଯାଉଛି। ବାରମ୍ବାର ଶ୍ରୀମନ୍ଦିର ଫଟୋ ଭାଇରାଲ ହେଉଥିବାରୁ ଏଭଳି ଘଟଣାକୁ ଗୁରୁତର ଭାବରେ ନିଆଯାଇଛି। ସୁରକ୍ଷାରେ ରହୁଥିବା ପୋଲିସଙ୍କୁ ସଜାଗ ଲାଗି କଡା ନିର୍ଦ୍ଦେଶ ଦିଆଯାଇଛି। ଭକ୍ତଙ୍କୁ ଚେକିଂ କରିବା ସମୟରେ ଗହଳି ପାଇଁ ଠେଲାପେଲା ମଧ୍ୟ ହେଉଛି। ସବୁ ଦିଗକୁ ନଜରରେ ରଖି ଉପଯୁକ୍ତ କାର୍ଯ୍ୟ କରାଯିବ ବୋଲି  ପୁରୀ ଏସପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Share