ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପୁରୀ ଜିଲା ବାଲୁଖଣ୍ଡ ଅଭୟାରଣ୍ୟର କାଠ ଏବେ ସ୍ବର୍ଗଦ୍ୱାର ଓ ଶ୍ରୀମନ୍ଦିର ରୋଷଘର ପାଇଁ ଯିବ। ବାତ୍ୟା ‘ଫନୀ’ରେ ନଷ୍ଟ ହୋଇଥିବା ୧୫ ଲକ୍ଷ କୁଇଣ୍ଟାଲ କାଠ ଶ୍ରୀମନ୍ଦିର ଯିବା ସ୍ଥିର ହୋଇଛି। ଏନେଇ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୂଚନା ଦେଇଛନ୍ତି। ତେବେ ନନ୍ଦନକାନନରେ ରୋପ୍ ଓ୍ବେ ପାଇଁ ୩୬ଟି ଗଛ କଟାଯିବ ବୋଲି ସେ କହିଛନ୍ତି।