ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଯାଞ୍ଚ ଦାବି

ପୁରୀ ଅଫିସ,୩୧ା୧୦: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ଲାଗି ଦାବି କରିଛନ୍ତି ପୁରୀ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର। ମହାପାତ୍ର ଜଣାଇଛନ୍ତି ଯେ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସେ ନେଇ କୋଟି କୋଟି ଭକ୍ତଙ୍କ ମନରେ ସନ୍ଦେହ ଉପୁଜିଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ରତ୍ନଭଣ୍ଡାର ଖୋଲି ପୂର୍ବରୁ ଥିବା ରତ୍ନ ଅଳଙ୍କାର ସୁରକ୍ଷିତ ଅଛି ବୋଲି ସ୍ପଷ୍ଟ କରନ୍ତୁ। ଏଥିସହ ରତ୍ନଭଣ୍ଡାର ଗୃହର ସ୍ଥିତି ଅନୁଧ୍ୟାନ କରାଯାଉ। ଯଥାଶୀଘ୍ର ପଦକ୍ଷେପ ନିଆ ନ ଗଲେ ଜିଲା ମହିଳା ମୋର୍ଚ୍ଚା ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ମହାପାତ୍ର ଜଣାଇଛନ୍ତି।

Share