Posted inଜାତୀୟ

ଶ୍ରୀମନ୍ଦିର ସଂସ୍କାର ମାମଲା: ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରାୟ ; ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କର

ନୂଆଦିଲ୍ଲୀ,୫ା୧୧(ସ୍ବ.ପ୍ର.): ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଓ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମ୍‌କୋର୍ଟରେ ଚାଲିଥିବା ସଂସ୍କାର ମାମଲାର ମଧ୍ୟବର୍ତ୍ତିକାଳୀନ ରାୟ ସୋମବାର ପ୍ରକାଶ ପାଇଛି। ଜଷ୍ଟିସ ଅରୁଣ ମିଶ୍ର, ଏମ୍‌.ଆର. ଶାହ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ୨୨ଟି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଓ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ରିପୋର୍ଟ ଆଧାରରେ ଖଣ୍ଡପୀଠ ଉକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଶ୍ରୀମନ୍ଦିର ପରିଚାଳନା ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନାର ମୁଖ୍ୟ ଦାୟିତ୍ୱରେ ଓଏଏସ୍‌ ଅଧିକାରୀ ନିଯୁକ୍ତ ହେଉଥିଲେ। ପରବର୍ତ୍ତୀ ସମୟରେ ଆର୍‌ଡିସି ଏବଂ ସଚିବ ର଼୍ୟାଙ୍କର ଅଧିକାରୀଙ୍କୁ ପ୍ରଶାସକ ଦାୟିତ୍ୱ ଦିଆଗଲା। କିନ୍ତୁ ସେମାନଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ମିଳୁ ନ ଥିଲା। ଫଳରେ ଧୀରେ ଧୀରେ ମନ୍ଦିର ପରିଚାଳନାରେ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହେଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି କରିବାକୁ କହିଛନ୍ତି। ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ରହିଲେ ଶ୍ରୀମନ୍ଦିର ପରିଚାଳନା ଠିକ୍‌ ଭାବେ ହୋଇପାରିବ। ଏପରି କି ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଯେଉଁଭଳି ବିଭ୍ରାଟ ଏବଂ ବିଳମ୍ବ ହେଉଛି ସେଥିରେ ମଧ୍ୟ ସୁଧାର ଆସିପାରିବ।
ଠାକୁରଙ୍କ ରୀତିନୀତିରେ ବାଧା ସୃଷ୍ଟି କରିବା କାହାର ଅଧିକାର ନାହିଁ ବୋଲି ଖଣ୍ଡପୀଠ ଗୁରୁତ୍ୱର ସହ କହିଛନ୍ତି। ଗତବର୍ଷ ଡିସେମ୍ବର ୨୮ରେ ସେବାୟତ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତିରେ ବିଭ୍ରାଟ ହୋଇଥିଲା। ମହାପ୍ରଭୁ ୧୨ ଘଣ୍ଟା ଉପବାସରେ ରହିଥିଲେ। ଏ ସମ୍ପର୍କରେ ଆମିକସ୍‌ କ୍ୟୁରି କୋର୍ଟଙ୍କୁ ଅବଗତ କରାଇଥିଲେ। ଏହାକୁ ଗମ୍ଭୀରତାର ସହ ବିଚାରକରି ସର୍ବୋଚ୍ଚ ଅଦାଲତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଥିରେ ଯେଉଁ ସେବାୟତ ଦାୟୀ ଥିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ଠିକ୍‌ ସମୟରେ ଏବଂ ବିଧି ଅନୁଯାୟୀ କରାଯିବ ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଶ୍ରୀମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର, ଲୁଟ୍‌, ପକେଟ୍‌ମାର ଭଳି ଘଟଣା ଘଟିଛି। ଏହାକୁ ଦୃଷ୍ଟିରେ ରଖି କୌଣସି ଶ୍ରଦ୍ଧାଳୁ ଯେଭଳି ହଇରାଣ ନ ହୁଅନ୍ତି ତାହା ସୁନିଶ୍ଚିତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ
ଦେଇଛନ୍ତି। ବିଶେଷକରି ମହିଳା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଉତ୍ତମ ବ୍ୟବସ୍ଥା କରିବା ଏବଂ ସମସ୍ତଙ୍କ ପାଇଁ ବାଧାମୁକ୍ତ ଦର୍ଶନ ନିମନ୍ତେ ବିଶେଷଜ୍ଞମାନଙ୍କ ସହାୟତାରେ ସୁଚିନ୍ତିତ ଯୋଜନା କରିବାକୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ରାୟରେ କୁହାଯାଇଛି।
ରୋଷଘର ଯେଭଳି ସବୁବେଳେ ସଫାସୁତରା ରହିବ ଏବଂ ସ୍ବାସ୍ଥ୍ୟପ୍ରଦ ପରିବେଶରେ ମହାପ୍ରସାଦ ପ୍ରସ୍ତୁତି ଓ ରଖାଯାଇପାରିବ ସେନେଇ ପଦକ୍ଷେପ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସେବାୟତ ଓ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ବ୍ୟବସ୍ଥା କରିବା ପାଇଁ ଖଣ୍ଡପୀଠ କହିଛନ୍ତି।
ଠାକୁରଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ନିମନ୍ତେ ରହଣି ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୬୦ ହଜାର ଭକ୍ତଙ୍କ ପାଇଁ ଏହି ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ପୁରୀ ସହରର ନାଳନର୍ଦ୍ଦମା ପାଣି ପାଇଁ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ବସାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଏହି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ତିଆରି କରିବାକୁ କୋର୍ଟ କହିଛନ୍ତି।
ମହାପ୍ରଭୁଙ୍କ ରାଜ୍ୟ ତଥା ରାଜ୍ୟ ବାହାରେ ସମ୍ପତ୍ତି ରହିଛି। ହେଲେ ଏହି ସମ୍ପତ୍ତିର ପରିମାଣ କେତେ ତାହା ଠିକ୍‌ ଭାବେ ଆକଳନ କରାଯାଇ ପାରିନାହିଁ। ଅନେକ ଜାଗାରେ ମହାପ୍ରଭୁଙ୍କ ଜମି ଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର ଏହା ଉପରେ ଅଙ୍କୁଶ ନାହିଁ। ଲୋକେ ଜମିକୁ ଭୋଗଦଖଲ କରୁଥିଲାବେଳେ ଶ୍ରୀମନ୍ଦିରକୁ ଟଙ୍କାଟିଏ ରାଜସ୍ବ ଆସୁନାହିଁ। ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ଅନୁଯାୟୀ ଶ୍ରୀମନ୍ଦିରର ୬୦,୪୧୮ ଏକର ଜମି ରହିଛି। କିନ୍ତୁ ସେଥିମଧ୍ୟରୁ ମାତ୍ର ୩୪,୨୦୦ ଏକର ଜମିର ସ୍ବତ୍ୱଲିପି ପ୍ରସ୍ତୁତ କରାଯାଇପାରିଛି। ଆସନ୍ତା ୬ ମାସ ମଧ୍ୟରେ ବଳକା ଜମିର ସ୍ବତ୍ୱଲିପି ପ୍ରସ୍ତୁତ କରିବାକୁ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ବିବରଣୀ, ରକ୍ଷଣାବେକ୍ଷଣ, ଏଥିରୁ କେତେ ଆୟ ଆସୁଛି ଏବଂ କ’ଣ ଖର୍ଚ୍ଚ କରାଯାଉଛି ତାହାର ବିବରଣୀ ସତ୍ୟପାଠ ମାଧ୍ୟମରେ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି। ସେହିପରି ଶ୍ରୀମନ୍ଦିର ନାମରେ ଥିବା ଖଣିର ତାଲିକା, ସେଗୁଡ଼ିକରୁ ହେଉଥିବା ଆୟ ଓ ବକେୟା ସମ୍ପର୍କରେ ମଧ୍ୟ ଜଣାଇବାକୁ କୁହାଯାଇଛି।
ଶ୍ରୀମନ୍ଦିରର ମୂଲ୍ୟବାନ ସାମଗ୍ରୀ ଓ ଭକ୍ତମାନେ ଦାନରେ ଦେଉଥିବା ସାମଗ୍ରୀର ତାଲିକା ଏବଂ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ସେସବୁର ତାଲିକା କିଭଳି କରାଯାଇଛି ଏବଂ ସୁରକ୍ଷା ପାଇଁ କ’ଣ ପ୍ରସ୍ତାବ ରହିଛି ତାହା ଜଣାଇବାକୁ ଖଣ୍ଡପୀଠ ଶ୍ରୀମନ୍ଦିର ପ୍ରଶାସନକୁ କହିଛନ୍ତି।
ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆବାସିକ ସ୍କୁଲ କରାଯିବାକୁ କୋର୍ଟ ରାୟ ଦେଇଛନ୍ତି। ଓଡ଼ିଶାର ଏକ ମାମଲାରେ ୫ କୋଟି ଟଙ୍କା ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଅଛି। ବର୍ତ୍ତମାନ ତାହା ସୁଧମୂଳ ହୋଇ ସାଢେ ୬ କୋଟି ଟଙ୍କା ହେଲାଣି। ଏହି ଟଙ୍କା କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏଥିରେ ସ୍କୁଲ ତିଆରି କରାଯିବ। ମନ୍ଦିର ପ୍ରଶାସନ ଏଥିପାଇଁ ଜମି ଯୋଗାଇଦେବ। ବିଶେଷକରି ଉକ୍ତ ସ୍କୁଲ ସେବାୟତ ପରିବାରର ପିଲାମାନଙ୍କୁ ସହାୟକ ହୋଇପାରିବ।
ମହିଳା ଓ ପୁରୁଷ ଶ୍ରଦ୍ଧାଳୁଙ୍କ ପାଇଁ ପୃଥକ୍‌ ଭାବେ ଶୌଚାଳୟ ଆବଶ୍ୟକ ଥିବା ଆମିକସ୍‌ କ୍ୟୁରି ରିପୋର୍ଟରେ ଉଲ୍ଲେଖ କରିଥିଲେ। ତେଣୁ ହାରାହାରି ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟାକୁ ଆଧାର କରି ପୃଥକ୍‌ ଭାବେ ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା କରିବା ଏବଂ ସେଗୁଡ଼ିକୁ ସବୁବେଳେ ସଫାସୁତରା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭକ୍ତଙ୍କ ପାଇଁ ଆବଶ୍ୟକ ମୁତାବକ ସାମାନ ଘର, ମୋଟର ଷ୍ଟାଣ୍ଡ ଆଦି ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ରାୟରେ କୁହାଯାଇଛି।
ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ୮ରେ ଧାର୍ଯ୍ୟ କରିଛନ୍ତି। ଉପରୋକ୍ତ ନିର୍ଦ୍ଦେଶନାମା ସମ୍ପର୍କରେ କ’ଣ ପଦକ୍ଷେପ ନିଆଯାଇଥିବା ତାହା ରିପୋର୍ଟ ମାଧ୍ୟମରେ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ସୁପ୍ରିମ୍‌କୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରାୟ ନିଶ୍ଚିତ ସ୍ବାଗତଯୋଗ୍ୟ। ମହାପ୍ରଭୁଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ଭକ୍ତଙ୍କ ଦର୍ଶନ ସବୁକିଛି ଯେଭଳି ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ ହେବ ତାହା ଉପରେ ଧ୍ୟାନ ଦିଆଯାଇଛି। ସବୁଠୁ ବଡ଼ ନିଷ୍ପତ୍ତି ହେଉଛି ଶ୍ରୀମନ୍ଦିର ପରିଚାଳନା ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି। ଏହା ବହୁ ଆଗରୁ ଦରକାର ଥିଲା। ଜଣେ ପ୍ରଶାସକ ଯଦି ସମ୍ପୂର୍ଣ୍ଣ ମନ୍ଦିର ପରିଚାଳନା କଥା ବୁଝିବେ ତେବେ କୌଣସି ପ୍ରକାର ବିଭ୍ରାଟ ହେବ ନାହିଁ ବୋଲି ଆଶା କରୁଛି। କିନ୍ତୁ ନିର୍ଦ୍ଦେଶଗୁଡ଼ିକ ଠିକ୍‌ ଭାବେ ପାଳନ କରାଯିବା ଦରକାର ବୋଲି ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୦ା୯: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଶୁକ୍ରବାର ହ୍ୟାକ୍‌ ହୋଇଛି। ଆମେରିକୀୟ କମ୍ପାନୀ ରିପଲ୍‌ ଲାବ୍‌ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସିର ପ୍ରଚାର ପ୍ରସାର କରାଉଥିବା ଭିଡିଓ ଏଥିରେ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri