ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି: ଦାଖଲ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୮।୧(ବ୍ୟୁରୋ): ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ କରାଯାଇଛି। ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ତେବେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦାଖଲ ରିପୋର୍ଟକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହି ରିପୋର୍ଟକୁ ତର୍ଜମା କରି ଜଣାଇବାକୁ ଆମିକସ୍‌ କ୍ୟୁରିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଉ ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।

ପରିଚାଳନା କମିଟି ପକ୍ଷରୁ ଦାଖଲ ରିପୋର୍ଟ ଅସମ୍ପୂର୍ଣ୍ଣ। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସମ୍ପୂର୍ଣ୍ଣ ରିପୋର୍ଟ ଦିଆଯାଇନାହିଁ। ପରିଚାଳନା କମିଟି ୨ଟି ବିଷୟରେ ବିସ୍ତୃତ ତଥ୍ୟ ଦେଇପାରିନାହିଁ ବୋଲି କୋର୍ଟ କହିଛନ୍ତି।

Share