ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ: ଚାହାଣି ମଣ୍ଡପରେ ଯୁବକ ଫୋନରେ କଥା ହେବା ଫଟୋ ଭାଇରାଲ

ପୁରୀ ଅଫିସ,୨୧।୧୨: ଶ୍ରୀମନ୍ଦିର ଚାହାଣି ମଣ୍ଡପରେ ଜଣେ ଯୁବକ ଫୋନରେ କଥା ହେବାର ଫଟୋ ଶନିବାର ଭାଇରାଲ ହୋଇଛି। ଫଳରେ ମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଡ଼ା ସୁରକ୍ଷା ବଳୟ ଅତିକ୍ରମ କରି କିଭଳି ଯୁବକ ଫୋନରେ କଥା ହେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏପରିକି ସୁରକ୍ଷାକର୍ମୀଙ୍କ ସହ ଜେଟିପି ଥାଇ ମଧ୍ୟ କିଭଳି ଫୋନ ଭିତରକୁ ଗଲା ତାହା ତଦନ୍ତ ସାପେକ୍ଷ ବୋଲି କୁହାଯାଉଛି। ଅନେକ ଥର ଏଭଳି ଘଟଣା ଘଟୁଥିଲେ ହେଁ ବିଭାଗୀୟ ଅଧିକାରୀ ଏ ଦିଗରେ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି।

Share