ପୁରୀ ଅଫିସ୍, ୧୭।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ସୋମବାର ଦୋଳବେଦୀ କୋଣସ୍ଥିତ ଏକ ତିନି ମହଲା ଘରୋଇ କୋଠା ଭଙ୍ଗାଯାଇଥିବାବେଳେ ମଙ୍ଗଳବାର ଗାଣ୍ଡୁଆଚଉରା ଛକରେ ଉଚ୍ଛେଦ ଚାଲିଛି। ଦାମୋଦର ସିଂଘାରୀଙ୍କ ଦୁଇ ମହଲା ବିଶିଷ୍ଟ କୋଠା ଭଙ୍ଗାଯାଉଛି। ଉପଜିଲାପାଳ ଭବତାରଣ ସାହୁଙ୍କ ପତ୍ୟକ୍ଷ ତତ୍ତ୍ୱାବଧାନରେ ୩ଟି ଜେସିବି ସାହାଯ୍ୟରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି। ଉଚ୍ଛେଦକୁ ଶୃଙ୍ଖଳିତ କରିବା ଲାଗି ୩ ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି।