ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପୁଣି ଜମି ହସ୍ତାନ୍ତର କଲେ ୩ ପରିବାର

ପୁରୀ ଅଫିସ, ୧୯ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରୁ ଜମି ଅଧିଗ୍ରହଣ ଚାଲିଛି। ସ୍ବେଚ୍ଛାକୃତ ଭାବେ କେତେକ ପରିବାର ସେମାନଙ୍କ ଜମି ହସ୍ତାନ୍ତର କରୁଛନ୍ତି। ପୂର୍ବରୁ ୪୫ଟି ପ୍ଲଟ ସରକାର କିଣିସାରିଥିବା ବେଳେ ସୋମବାର ଆହୁରି ୩ ପରିବାର ଜମି ହସ୍ତାନ୍ତର କରିଛନ୍ତି। ବାସେଳିସାହିର ସମ୍ପୃକ୍ତ ପରିବାରଗୁଡ଼ିକୁ ସେମାନଙ୍କ ଜମି ଏବଂ କୋଠା ମୂଲ୍ୟ ବାବଦରେ କେତେ ଟଙ୍କା କ୍ଷତିପୂରଣ ସହାୟତା ଦିଆଯାଇଛି ତାହା ଜଣାପଡ଼ିନାହିଁ। ତେବେ ପ୍ୟାକେଜ ସହ ଶତକଡ଼ା ୧୦ ପ୍ରତିଶତ ଅଧିକ ଟଙ୍କା ବିସ୍ଥାପିତ ହେବାକୁ ଥିବା ଏହି ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଜଣାପଡ଼ିିଛି। ଜିଲା ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ସୋମବାର ଏହି ସେଲ୍‌ଡିଡ୍‌ (ବିକ୍ରି କବଲା) କରାଯାଇଛି । ସହମତିରେ ପ୍ରଶାସନକୁ ଜମି ଦେବା ଲାଗି ହୋଇଥିବା ଆବେଦନର କାଗଜପତ୍ର ଯାଞ୍ଚ ଚାଲିଛି ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।

Share