ଶ୍ରୀମନ୍ଦିର ସୁରକ୍ଷା ଜୋନ: ଭଙ୍ଗାଗଲା ରମାମଣି ଲଜ୍‌

ପୁରୀ ଅଫିସ,୧୨ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜୋର୍‌ ଧରିଛି ଉଚ୍ଛେଦ ଅଭିଯାନ। ପ୍ରଶାସନ ପକ୍ଷରୁ ଶୁକ୍ରବାର ଉତ୍ତର ଏବଂ ପଶ୍ଚିମ ଦ୍ୱାର ନିକଟରେ ୬ଟି ଘରୋଇ ପ୍ଲଟ ଭଙ୍ଗାଯାଇଥିବାବେଳେ ଶନିବାର ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଉଚ୍ଛେଦ କରାଯାଇଛି। ଦକ୍ଷିଣ ପାର୍ଶ୍ୱରେ ଥିବା ରମାମଣି ଲଜ୍‌ ସମେତ ଅନ୍ୟ ଗୋଟିଏ ଘରୋଇ ପ୍ଲଟର କୋଠା ଓ ଉତ୍ତର ପାର୍ଶ୍ୱରେ ୨ଟି ଘରୋଇ ପ୍ଲଟରୁ କୋଠା ଉଚ୍ଛେଦ କରାଯାଇଛି।

ଶନିବାର ସକାଳ ପ୍ରାୟ ୯ଟା ସୁଦ୍ଧା ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପ୍ରାୟ ୨ ପ୍ଲାଟୁନ ଫୋର୍ସ ପହଞ୍ଚତ୍ ଥିଲେ। ପୂର୍ବରୁ ସମ୍ପୃକ୍ତ ଲଜ୍‌ ଏବଂ ଘରୋଇ ପ୍ଲଟରେ ଥିବା କୋଠାକୁ ଖାଲି କରାଯାଇଥିଲା। ଭକ୍ତଙ୍କ ଯାତାୟାତରେ ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ ତାହା ଉପରେ ନଜର ରଖାଯାଇ ବ୍ୟାରିକେଡିଂ କରାଯାଇଥିଲା। ଉପଜିଲାପାଳ ଭବତାରଣ ସାହୁଙ୍କ ତତ୍ତ୍ବାବଧାନରେ ୩ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହା ଭଙ୍ଗାଯାଇଥିଲା। ସୁରକ୍ଷା ଜୋନ ମଧ୍ୟରେ ଯେଉଁମାନେ ସେଲ୍‌ଡିଡ କରିସାରିଛନ୍ତି ସେମାନଙ୍କ ମଧ୍ୟରେ କେତେକ ପରିବାର ଘର ଖାଲି କରିଦେଇଛନ୍ତି। ଅନ୍ୟମାନଙ୍କୁ ଘର ଖାଲି କରିବାକୁ କୁହାଯାଇଛି। ସେମାନେ ଘର ଖାଲି କରିବା ପରେ ଉଚ୍ଛେଦ ଅଭିଯାନ ଆହୁରି ଜୋର୍‌ଦାର ଭାବେ ଚାଲିବ ବୋଲି ସୂଚନା ମିଳିଛି।

Share