ଶ୍ରୀରାମନବମୀ ମହୋତ୍ସବ ପାଇଁ ଗଣଦୌଡ଼ ୧୫ରେ

ଭଦ୍ରକ ଅଫିସ, ୧୩।୩:  ଆସନ୍ତା ଏପ୍ରିଲ ୨ରେ ରାମ ନବମୀ। ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଚଳିତବର୍ଷ ଆଡ଼ମ୍ବରରେ ଅନୁଷ୍ଠିତ ହେବ। ମହୋତ୍ସବ ପୂର୍ବରୁ ପ୍ରତିବର୍ଷ ପରି ଏଥର ମାତୃଭୂମି ପାଇଁ ଗଣଦୌଡ଼ ଆସନ୍ତା ୧୫ ତାରିଖରେ କାର୍ଯ୍ୟକ୍ରମ ରହିଛି। ରବିବାର ସକାଳ ୬ଟା ୩୦ ମିନିଟରେ ସହରର ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ମା’ ତାରିଣୀ ମନ୍ଦିରରୁ ଗଣଦୌଡ଼ ବାହାରି ବାଇପାସ୍‌ସ୍ଥିତ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇ ଶେଷ ହେବ। ମାତୃଭୂମିର ସେବା, ସୁରକ୍ଷା ଓ ଅଖଣ୍ଡତାର ରକ୍ଷା ଲାଗି ସଂକଳ୍ପ ନେଇ ଗଣଦୌଡ଼ ଆୟୋଜନ କରାଯାଉଛି। ନୂଆବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶୁକ୍ରବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଶ୍ରୀରାମନବମୀ ମହାଯଜ୍ଞ ସମିତିର ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ବରିଷ୍ଠ ଉପଦେଷ୍ଟା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଅନ୍ୟତମ ଉପଦେଷ୍ଟା ଅଭିମନ୍ୟୁ ସେଠୀ, ବଦ୍ରି ଧଳ, ଗଣଦୌଡ଼ର ମୁଖ୍ୟ ସଂଯୋଜକ ଆଇନଜୀବୀ ତୁଷାର ଦାସ ପ୍ରମୁଖ ସମସ୍ତ ଯୁବ ନେତୃତ୍ୱଙ୍କୁ ଗଣଦୌଡ଼ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାପୁଲା ମହାପାତ୍ର, ଟୁକୁନା ସ୍ବାଇଁ, ଶିବଶଙ୍କର ଦାସ, ହେମନ୍ତ ମହାପାତ୍ର, ଦେବାଂଶୁ ରାଉତ, ବିକାଶ ଶ୍ରେଷ୍ଠା, ଚନ୍ଦନ ଦାସ, ଜ୍ୟୋତିରଞ୍ଜନ ସାହୁ, ଦେବାଶିଷ ଜେନା, ସୂର୍ଯ୍ୟବଂଶୀ ସୁରଜ, ସରୋଜ ରାଉତ, ପୁନିଲ ସାମନ୍ତ, ରଶ୍ମିରଞ୍ଜନ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ସମିତିର ଗଣମାଧ୍ୟମ ସଂଯୋଜକ ସ୍ବାଧୀନ ସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।