ଶ୍ରୀରାମପୁର ପୋଲ ଉପରେ ଆଣ୍ଠୁଏ ପାଣି ପ୍ରବାହିତ : ଗମନାଗମନ ବାଧାପ୍ରାପ୍ତ

କୋଟଗଡ଼,୮।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ସଦରମହକୁମାଠାରୁ ଶ୍ରୀରାମପୁର ପଞ୍ଚାୟତ ୩୫ କି.ମି। ତେବେ କୋଟଗଡ଼ ଆସିବା ପାଇଁ ଏହି ପୋଲ ପାର ହେବାକୁ ପଡ଼େ। ଲଗାଣ ବର୍ଷା ଯୋଗୁ ପୋଲ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାରୁ ଅଞ୍ଚଳବାସୀଙ୍କ ଯାତାୟାତ ଏକପ୍ରକାର ବନ୍ଦ ହୋଇଯାଇଛି। ରାସ୍ତାର ଦୁଇ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି। ଶ୍ରୀରାମପୁର କ୍ୟାମ୍ପରେ ରହୁଥିବା ସିଆରପିଏଫ୍‌ ଯବାନ ପହଞ୍ଚି ଲୋକଙ୍କୁ ତାର ବାନ୍ଧି ପାର କରୁଥିବା ଦେଖିବାକୁ ମିଳିଛି। ଲୋକେ ବିଭିନ୍ନ କାମରେ ସବୁଦିନ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଡାକ୍ତରଖାନାକୁ ଆସିଥାନ୍ତି। କିନ୍ତୁ ଲଗାଣବର୍ଷା ଗମନାଗମନରେ ବାଧା ସୃଷ୍ଟି କରିଛି।

Share