ଶ୍ରୀରାମଲୀଳା ଉଦ୍‌ଯାପିତକଳାକାରଙ୍କ ଉଜାଗର, ସାତ୍ତ୍ୱିକ ଭୋଜନ ନିୟମ

ଟାଙ୍ଗୀ(ଖୋର୍ଦ୍ଧା),୨୧ା୫(ଡି.ଏନ.ଏ.)-ସମାଜରେ ଆଧ୍ୟାମତ୍ିକତା, ନୈତିକତା ଓ ସତ୍ୟନିଷ୍ଠାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆୟୋଜିତ ହେଉଛି ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ନାଟକ। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ମୁକ୍ତାକାଶ ରଙ୍ଗମଞ୍ଚରେ ସଦାଶିବ ଭଣତି ଶ୍ରୀରାମଲୀଳା ମଞ୍ଚ ନାଟକ ରବିବାର ଉଦ୍‌ଯାପିତ ହୋଇଯାଇଛି। ଶ୍ରୀରାମ ନବମୀଠାରୁ ନାଟକରେ ଅଭିନୟ କରିଥିବା କଳାକାରମାନେ ନିଷ୍ଠାର ସହ ସାତ୍ତ୍ୱିକ ଭୋଜନ କରି ସାରାରାତି ଉଜାଗର ରହିଥିଲେ । ଶିବଧନୁ ଭଙ୍ଗ, ସୀତା ବିବାହ, ପିତୃସତ୍ୟ ପାଳି ରାମ ବନବାସ, ସୀତା ହରଣ, ସୁଗ୍ରୀବଙ୍କ ସହ ମିତ୍ରତା, ବାଳିବଧ, ସୀତାଠାବ, ଲଙ୍କାପୋଡି, ସେତୁବନ୍ଧ ପ୍ରତିଷ୍ଠା, କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ, ତରଣୀସେନ, ମହିରାବଣ ଓ ଶେଷରେ ରାବଣ ଆଦିଙ୍କ ବଧ ପରେ ରାମାଭିଷେକ ଅନୁଷ୍ଠିତ ହୋଇଥିଲା । ବିଭୁପଦ ରାଉତ, ଦୀପକ ରାଉତ, ସଞ୍ଜୟ ତରାଇ, ଅଜୟ କୁମାର ନାୟକ, ଉଦୟନାଥ ବାହୁବଳେନ୍ଦ୍ର, ଚନ୍ଦନ ରାଉତ, ଲିପୁନି ନାୟକ, ଚନ୍ଦନ ଜେନା, ଗୁନା ରାଉତ ଓ ପୂର୍ବତନ ଫୁଟ୍‌ବଲ୍‌ ଖେଳାଳି ବାଳକୃଷ୍ଣ ମିଶ୍ର(ରାବଣ)ଭୂମିକାରେ ଅଭିନୟ କରିଥିଲେ। ଗାୟକ ଭାବେ ପ୍ରଫୁଲ୍ଲ ରାଉତ ଓ ଫେଲୁ ରାଉତ ଯୋଗ ଦେଇଥିଲେ। ରାମଲୀଳା ଦେଖିବା ପାଇଁ ସହସ୍ରାଧିକ ଦର୍ଶକଙ୍କ ସମାଗମ ହୋଇଥିଲା।

Share