ଶ୍ରୀଲଙ୍କାରେ ଅଗଷ୍ଟରେ ହେବ ସାଧାରଣ ନିର୍ବାଚନ

କଲମ୍ବୋ,୧୧।୬: ଶ୍ରୀଲଙ୍କାରେ ଅଗଷ୍ଟ ୫ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। କରୋନା ଭାଇରସ ସଂକ୍ରମଣ ଯୋଗୁ ଏହା ୩ ମାସ ବିଳମ୍ବ ହୋଇସାରିଥିବା ବେଳେ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଅନୁମତି ପରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୨୫ରେ ନିର୍ବାଚନ ହେବାକୁ ଧାର୍ଯ୍ୟ କରାଯାଇଥିବା ବେଳେ କରୋନା ସଂକ୍ରମଣ ପାଇଁ ଏହାକୁ ବାତିଲ କରାଯାଇଥିଲା। ଏବେ ଶ୍ରୀଲଙ୍କାରେ ପ୍ରାୟ ୨ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

Share