Advertisement

ଶ୍ରୀଲଙ୍କାରେ ମୁହଁ ଘୋଡ଼ାଇବା ହେଲା ନିଷେଧ

କଲମ୍ବୋ,୨୯।୪: ଇଷ୍ଟର ସଣ୍ଡେ ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ସମସ୍ତ ପ୍ରକାର ମୁହଁ ଘୋଡ଼ାଇବାକୁ ନିଷେଧ କରାଯାଇଛି। ଏହା ଦ୍ୱାରା ଲୋକଙ୍କୁ ଚିହ୍ନଟ କରିବା କଷ୍ଟକର ହେଉଥିବାରୁ ରାଷ୍ଟ୍ରପତି ମାଥ୍ରିପଲା ସିରିସେନା ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ସୋମବାରଠାରୁ ଲାଗୁ କରିବା ପାଇଁ ସୂଚନା ଦେଇଛନ୍ତି ରାଷ୍ଟ୍ରପତି। ପୂର୍ବରୁ ଦେଶରେ ବୁର୍ଖା ଉପରେ ନିଷେଧାଜ୍ଞା ଲାଗୁ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share