ଶ୍ରୀଲଙ୍କାରେ ୩ ଉଗ୍ରପନ୍ଥୀ ଗୋଷ୍ଠୀ ନିଷିଦ୍ଧ

କଲମ୍ବୋ,୧୫।୫(ପି.ଟି): ଶ୍ରୀଲଙ୍କା ସରକାର ନ୍ୟାଶନାଲ ଥୋହିଦ୍‌ ଜମାତ୍‌ (ଏନ୍‌ଟିଜେ) ସମେତ ଦୁଇଟି ଇସ୍‌ଲାମିକ୍‌ ଚରମପନ୍ଥୀ ଗୋଷ୍ଠୀକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏପ୍ରିଲ ୨୧ ଇଷ୍ଟର ପର୍ବରେ ଏନ୍‌ଟିଜେ ଦ୍ୱାରା ଆତଙ୍କବାଦୀ ଆକ୍ରମଣ ଫଳରେ ୨୫୦ରୁ ଊର୍ଦ୍ଧ୍ୱ ଲୋକ ନିହତ ହୋଇଥିଲେ। ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ଏକ ଉଲ୍ଲେଖଯୋଗ୍ୟ ଗ୍ୟାଜେଟ ଜାରି କରି ଏକାଧିକ ଚରମପନ୍ଥୀ ଗୋଷ୍ଠୀକୁ ନିଷିଦ୍ଧ ଘୋଷଣା କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡ୍ରୋନ୍‌ ଉଡାଣ ନ କରିବାକୁ ମଧ୍ୟ ନିଷେଧାଜ୍ଞା ଜାରି କରାଯାଇଛି। ଗ୍ୟାଜେଟ ଅନୁଯାୟୀ, ନ୍ୟାଶନାଲ ଥୋହିଦ୍‌ ଜମାଥ(ଏନ୍‌ଟିଜେ), ଜମାଥି ମିଲାଥେ ଇବ୍ରାହିମ (ଜେଏମ୍‌ଆଇ) ଏବଂ ଓ୍ବିଲାୟାଥ ଆସ୍‌ ସେୟଲାନି(ଡବ୍ଲ୍ୟୁଏଏସ୍‌) ସଂଗଠନଗୁଡିକୁ ନିଷିଦ୍ଧ କରାଯାଇଛି। ଏପ୍ରିଲ ୨୧ରେ ଶ୍ରୀଲଙ୍କାର ୩ଟି ଗୀର୍ଜା ଏବଂ କେତେକ ବିଳାସମୟ ହୋଟେଲରେ ୯ଟି ଆତ୍ମଘାତୀ ଆକ୍ରମଣ କରାଯିବା ଫଳରେ ୨୫୮ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ୪୪ ବିଦେଶୀଙ୍କ ମଧ୍ୟରୁ ୧୦ଜଣ ଭାରତୀୟ ଥିଲେ। ୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଷ୍ଟେଟ୍‌ ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ହେଁ ଶ୍ରୀଲଙ୍କା ସରକାର ସ୍ଥାନୀୟ ଏନ୍‌ଟିଜେକୁ ଦୋଷାରୋପ କରିଆସୁଛନ୍ତି। ଉକ୍ତ ଘଟଣା ପାଇଁ ଏ ପର୍ଯ୍ୟନ୍ତ ୧୦୦୦ରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନମାରରେ ଭୟଙ୍କର ଭୂକମ୍ପ

ନାଇପିଦ,୨୮।୩: ମ୍ୟାନମାରରେ ୭.୨ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ଶୁକ୍ରବାର (୨୮ ମାର୍ଚ୍ଚ) ଭୂମିକମ୍ପ ଝଟକା...

ଭାରତ କାହାକୁ ଡରେ ନାହିଁ, ଖୋଲାଖୋଲି ଘୋଷଣା କଲେ ପୁଟିନ

ମସ୍କୋ,୨୮।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ନୂଆ ପ୍ରସ୍ତାବ ଏବେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଯୋଜନା ପରାମର୍ଶ...

ଅସୁସ୍ଥ ହୋଇ ପଡିଲେ କିଙ୍ଗ ଚାର୍ଲସ, ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୨୮।୩: ଗୁରୁବାର ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବ୍ରିଟେନର ରାଜା ଚାଲର୍‌ସ ତୃତୀୟ କର୍କଟ...

ରମଜାନରେ ଭାରତକୁ ବଡ଼ ଉପହାର ଦେଲା UAE, ୫୦୦ ଭାରତୀୟଙ୍କୁ ଦେଲା ‘ନୂଆ ଜୀବନ’

ଆବୁଧାବି,୨୮।୩: ୟୁଏଇ ସହିତ ଭାରତର ଭଲ ବନ୍ଧୁତା ରହିଛି। ଏହି ବନ୍ଧୁତାର ରଙ୍ଗ ଏବେ ଅଧିକ ଉଜ୍ଜ୍ୱଳ ହୋଇଯାଇଛି। ଭାରତ ଏବଂ ୟୁଏଇ ମଧ୍ୟରେ ବନ୍ଧୁତାର...

Mohammad Yunus In China: ସି ଜିନପିଙ୍ଗଙ୍କୁ ଭେଟିଲେ ମହମ୍ମଦ ୟୁନୁସ

ବେଜିଂ,୨୮।୩: ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର(୨୮ ମାର୍ଚ୍ଚ)ରେ ପରସ୍ପରକୁ ସାକ୍ଷାତ କରିଛନ୍ତି। ମହମ୍ମଦ...

Trump Iftar Party: ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଇଫତାର ପାର୍ଟକୁ ନେଇ ବିବାଦ

ଓ୍ବାଶିଂଟନ,୨୮।୩: ପବିତ୍ର ମୁହରମ ମାସରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ପ୍ରଥମ ଇଫତାର ପାର୍ଟିର ଆୟୋଜନ କରିଥିଲେ। ଏବେ ଟ୍ରମ୍ପଙ୍କ ଏହି ଇଫତାର...

ଧମକ ଦେଲା ଆମେରିକା ତ ଛାଡିଲା ନାହିଁ ଇରାନ, ଏବେ ଯୁଦ୍ଧ ମୁଡରେ ମୁସଲମାନ ଦେଶ

ତେହେରାନ,୨୮।୩: ଇରାନ ଏବଂ ଆମେରିକା ମଧ୍ୟରେ ଶତ୍ରୁତା ସର୍ବଜନବିଦିତ। ଆମେରିକା ପ୍ରାୟତଃ ଇରାନକୁ ପାଲେଷ୍ଟାଇନୀମାନଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରେ ଏବଂ ଇରାନକୁ ପରିଣାମ ଭୋଗିବାକୁ...

‘ଆମେରିକା ସହ ପୁରୁଣା ସମ୍ପର୍କ ଶେଷ’, ଘୋଷଣା କଲେ କାନାଡା ପ୍ରଧାନମନ୍ତ୍ରୀ, ଦେଶର ଜନତାଙ୍କୁ ଦେଲେ କଡ଼ା ଚେତାବନୀ

ଓଟାଓ୍ବା,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଉପରେ ଭାରୀ ଶୁଳ୍କ ଘୋଷଣା କରିବା ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image