Categories: ଖେଳ

ଶ୍ରୀଲଙ୍କାର ସହଜ ବିଜୟ

ହରାରେ, ୨୪ା୧ (ଏଏଫ୍‌ପି)- ଜିମ୍ବାଓ୍ବେ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କା ୧୦ ଉଇକେଟରେ ବିଜୟ ଲାଭ କରିଛି। ଶ୍ରୀଲଙ୍କାର ସୁରଙ୍ଗ ଲକମଲ ୨୭ ରନ ବିନିମୟରେ ପ୍ରଥମ ୪ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରି ଘରୋଇ ଦଳର ବିପର୍ଯ୍ୟୟ ଘଟାଇଥିଲେ। ଗୁରୁବାର ପୂର୍ବଦିନର ଦ୍ୱିତୀୟ ଇନିଂସ ଅସମାପ୍ତ ସ୍କୋର ୩୦/୦ରୁ ଖେଳ ଆରମ୍ଭ କରିଥିଲା। ଭ୍ରମଣକାରୀ ଦଳକୁ ଆଉଥରେ ବ୍ୟାଟିଂ କରାଇବାକୁ ହେଲେ ଦଳ ଅତି କମ୍‌ରେ ୧୫୭ ରନ ଆବଶ୍ୟକ କରୁଥିଲା। ଲକମଲଙ୍କ ଚମତ୍କାର ବୋଲିଂ ଯୋଗୁ ଜିମ୍ବାଓ୍ବେ ଶୀଘ୍ର ଉଇକେଟ ହରାଇଥିଲା। ମଧ୍ୟାହ୍ନ ଭୋଜନ ସୁଦ୍ଧା ଦଳର ସ୍କୋର ୧୨୦/୩ ରହିଥିଲା। ଲକମଲ ପୁଣି ବ୍ରେଣ୍ଡନ ଟେଲର (୩୮)ଙ୍କ ଉଇକେଟ ନେବା ସହ ଜିମ୍ବାଓ୍ବେ ବ୍ୟାଟିଂରେ ଅଙ୍କୁଶ ଲାଗିଥିଲା। ଦଳ ୧୭୦ ରନରେ ଅଲଆଉଟ ହୋଇଯାଇଥିଲା। ମ୍ୟାଚ ଜିତିବା ପାଇଁ ଶ୍ରୀଲଙ୍କା ମାତ୍ର ୧୪ରନ ଆବଶ୍ୟକ କରୁଥିଲା। ଦୁଇ ଓପନର ଓସାଡା ଫର୍ନାଣ୍ଡୋ ଏବଂ ଦିମୁଥ କରୁଣାରତ୍ନେ ବିନା କ୍ଷତିରେ ମାତ୍ର ୩ ଓଭରରେ ବିଜୟ ଲକ୍ଷ୍ୟ ଅତିକ୍ରମ କରିଯାଇଥିଲେ।
ସଂକ୍ଷିପ୍ତ ସ୍କୋର
ଜିମ୍ବାଓ୍ବେ ପ୍ରଥମ ଇନିଂସ: ୩୫୮
ଶ୍ରୀଲଙ୍କା ପ୍ରଥମ ଇନିଂସ: ୫୧୫
ଜିମ୍ବାଓ୍ବେ ଦ୍ୱିତୀୟ ଇନିଂସ: ୧୭୦
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୧୪/୦

Share