ଶ୍ରୀଲଙ୍କା ଖେଳାଳିଙ୍କୁ ଭାରତ ଧମକ ଦେଲା: ପାକିସ୍ତାନ ମନ୍ତ୍ରୀ

ଇସାଲାମାବାଦ,୧୦।୯: ଶ୍ରୀଲଙ୍କା କ୍ରିକେଟ ଦଳର ୧୦ଜଣ ସଦସ୍ୟ ପାକିସ୍ତାନ ଗସ୍ତରେ ଯିବାକୁ ମନା କରିବାରୁ ଏହାର ଦୋଷ ଭାରତ ଉପରେ ଲଦିଛି ପାକିସ୍ତାନ। ଭାରତ ଶ୍ରୀଲଙ୍କା ଖେଳାଳିଙ୍କୁ ଧମକ ଦେବାରୁ ସେମାନେ ପାକିସ୍ତାନ ଖେଳିବା ପାଇଁ ଆସିଲେ ନାହିଁ ବୋଲି ପାକିସ୍ତାନ ମନ୍ତ୍ରୀ ଫଓ୍ବାଦ୍‌ ହୁସେନ୍‌ କହିଛନ୍ତି। ଯଦି ଶ୍ରୀଲଙ୍କା ଖେଳାଳି ପାକିସ୍ତାନ ଯିବେ, ତେବେ ଆଇପିଏଲ ଚୁକ୍ତି ବାତିଲ ହୋଇଯିବ ବୋଲି ଭାରତ ଧମକ ଦେଇଥିଲା। ଏହି ଭୟରେ ଶ୍ରୀଲଙ୍କା ଖେଳାଳିମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଫଓ୍ବାଦ କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି।

Share