Categories: ଖେଳ

ଶ୍ରୀଲଙ୍କା ଟୁର୍‌ ଅଧାରୁ ଫେରିଲା ଇଂଲଣ୍ଡ

ଲଣ୍ଡନ, ୧୪ା୩ (ପି.ଟି.)-କରୋନା ଭାଇରସ୍‌ଜନିତ କାରଣରୁ ଶ୍ରୀଲଙ୍କା ଗସ୍ତରେ ଥିବା ଇଂଲଣ୍ଡ କ୍ରିକେଟ ଦଳ ଏହାର ଟୁର୍‌ ବାତିଲ କରିଛି। ଇଂଲଣ୍ଡ କ୍ରିକେଟ ଦଳ କଲମ୍ବୋଠାରେ ଓ୍ବାର୍ମଅପ୍‌ ମ୍ୟାଚ ଖେଳୁଥିଲା। ଶୁକ୍ରବାର ଥିଲା ମ୍ୟାଚର ଦ୍ୱିତୀୟ ଦିବସ। ବିଶ୍ୱ ଚାମ୍ପିୟନଶିପ୍‌ର ଅଂଶବିଶେଷ ସ୍ବରୂପ ଆସନ୍ତା ଗୁରବାରଠାରୁ ଦଳ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା କାର୍ଯ୍ୟକ୍ରମ ଥିଲା। ସମଗ୍ର ବିଶ୍ୱରେ କରୋନା ଭାଇରସର କାୟା କ୍ରମେ ବିସ୍ତାରିତ ହେବାରେ ଲଗିଥିବାରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍‌ଏଲସି) ସହିତ ଆଲୋଚନା ପରେ ପ୍ରତିିଷେଧକମୂଳକ ବ୍ୟବସ୍ଥା ସ୍ବରୂପ ଆମେଟୁର୍‌କୁ ବାତିଲ କରିବା ଲାଗି ନିଷ୍ପତ୍ତି ନେଇଛୁ ବୋଲି ଇଂଲଣ୍ଡ କ୍ରିାୟକେଟ ବୋର୍ଡ (ଇସିବି) କହିଛି। କରୋନା ଭାଇରସ ଆତଙ୍କ ଯୋଗୁ ଖେଳାଳିଙ୍କ ଉଭୟ ଶାରୀରିକ ଓ ମାନସିକ ସ୍ଥରରେ ଅସ୍ଥିରତା ଥିବ। ସ୍ବଦେଶ ଫେରିବା ପରେ ସେମାନଙ୍କୁ ତୁରନ୍ତ ସେମାନଙ୍କ ପରିବାର ନିକଟକୁ ପଠାଇ ଦିଆଯିବ।

Share