Categories: ଖେଳ

ଶ୍ରୀଲଙ୍କା ବିଶ୍ୱକପ୍‌ ପ୍ରସ୍ତାବକୁ ଜୟବର୍ଦ୍ଧନେଙ୍କ ଅଗ୍ରାହ୍ୟ

କଲମ୍ବୋ,୨୬।୫- ଶ୍ରୀଲଙ୍କା ବିଶ୍ୱକପ୍‌ ଦଳରେ ଭୂମିକା ଗ୍ରହଣ କରିବାକୁ ଦିଆଯାଇଥିବା ପ୍ରସ୍ତାବକୁ ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଦୁଇ ଥର ଆଇପିଏଲ ଚାମ୍ପିୟନ କୋଚ୍‌ଙ୍କୁ ପୂର୍ବରୁ ଶ୍ରୀଲଙ୍କାର ଘରୋଇ କ୍ରିକେଟ୍‌ରେ ପରିବର୍ତ୍ତନ ଲାଗି ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ସେ ଆଗ୍ରାହ୍ୟ କରିଛନ୍ତି। ଗତବର୍ଷ ଜୟବର୍ଦ୍ଧନେ, କୁମାର ସଙ୍ଗକାରା ଓ ଅରବିନ୍ଦ ଡି ସିଲଭାଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା। ଏହି କମିଟି ଶ୍ରୀଲଙ୍କା କ୍ରିକେଟର ରିପୋର୍ଟ ସହ ଘରୋଇ କ୍ରିକେଟରେ କିଛି ପରିବର୍ତ୍ତନ ଲାଗି ସୁପାରିସ କରିଥିଲା। ତାଙ୍କ ରିପୋର୍ଟ ଓ ସୁପାରିସକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଥିଲା। ଏହି କାରଣରୁ ସେ ଶ୍ରୀଲଙ୍କା କ୍ରିକେଟର କୌଣସି ପଦ ଲାଗି ଇଚ୍ଛୁକ ନୁହନ୍ତି। ବିଶ୍ୱକପ୍‌ରେ ଶ୍ରୀଲଙ୍କା ଦଳର ଦାୟିତ୍ୱ ନେବା ପାଇଁ ଦୁଇ ଥର ପ୍ରସ୍ତାବ ଦିଆଯାଇଥିବା ଜୟବର୍ଦ୍ଧନେ କହିଛନ୍ତି। ଥରେ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ଓ ଶ୍ରୀଲଙ୍କା କ୍ରିକେଟ ସିଇଓ ପ୍ରସ୍ତାବ ଦେଇଥିଲେ।

Share