ଶ୍ରୀଲଙ୍କା ବିସ୍ଫୋରଣ:ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ଭାରତୀୟ ଉଚ୍ଚାୟୁକ୍ତ

ନୂଆଦିଲ୍ଲୀ,୨୫।୧୦: ଶ୍ରୀଲଙ୍କାରେ ଗତ ଏପ୍ରିଲ ୨୧ରେ ଚର୍ଚ୍ଚ ଏବଂ ହୋଟେଲରେ ହୋଇଥିବା ସିରିଜ ବିସ୍ଫୋରଣର ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଶ୍ରୀଲଙ୍କାର ପାର୍ଲିଆମେଣ୍ଟ ସିଲେକ୍ସନ କମିଟି(ପିଏସସି) ୧୬୪୯ପୃଷ୍ଠାର ଏହି ଯାଞ୍ଚ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ଉଚ୍ଚାୟୁକ୍ତ ଥିବା ଲେଖାଅଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଗତ ଏପ୍ରିଲ ୨୧ ତାରିଖରେ ତିନୋଟି ଚର୍ଚ୍ଚ ଏବଂ ପାଞ୍ଚୋଟି ହୋଟେଲରେ ସିରିଜ ବିସ୍ଫୋରଣ ଘଟିଥିଲା। ଏଥିରେ ୧୧ଭାରତୀୟଙ୍କ ସମେତ ୨୭୭ଜଣ ଲୋକ ପ୍ରାଣ ହରାଇଥିଲେ।

Share