ଶ୍ରୀଲଙ୍କା ରାଜନୀତିରେ ପରିବାରବାଦର ଝଲକ୍‌

କଲମ୍ବୋ,୨୨।୧୧: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍‌ସେ ଶୁକ୍ରବାର ଅନ୍ତରୀଣ ମନ୍ତ୍ରୀମଣ୍ଡଳର ଗଠନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଅଗାମୀ ନିର୍ବାଚନ ପର୍ଯ୍ୟନ୍ତ ସରକାର ଚଳାଇବା। ତାଙ୍କ ମନ୍ତ୍ରିମଣ୍ଡଳରେ ମହିନ୍ଦା ରାଜପାକ୍‌ସେଙ୍କ ବ୍ୟତୀତ ୭୭ ବର୍ଷୀୟ ଚମଲ ରାଜପାକ୍‌ସେ ଓ ୨ ମହିଳାଙ୍କୁ ସାମିଲ କରାଯାଇଛି। ଶପଥ ଗ୍ରହଣ ସମୟରେ ଗୋଟବାୟା ରାଜପାକ୍‌ସେ କହିଥିଲେ ଏହା ହେଉଛି ଅନ୍ତରୀଣ ସରକାର। ଆସନ୍ତା ସପ୍ତାହରେ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରାଯିବ ବୋଲି ସେ କହିଛନ୍ତି। ଏହି ଅନ୍ତରୀଣ ସରକାରରେ ପରିବାରବାଦର ଝଲକ ସ୍ବଷ୍ଟ ବାରି ହୋଇପଡିଛି। ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚରେ ଏଠାରେ ନିର୍ବାଚନ ହେବ।

Share