ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ସହଯୋଗକୁ ଆହୁରି ଗଭୀର କରିବା ଏବଂ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ମଜଭୁତ କରିବାର ଉପାୟ ଉପରେ ଆଲୋଚନା ହୋଇଥିଲା। ଏହା ଚାଇନା ପାଇଁ ଏକ ଝଟ୍‌କା ବୋଲି କୁହାଯାଉଛି।

ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଅର୍ଥନୈତିକ ପୁନଃନିର୍ମାଣରେ ସହଯୋଗ ଜାରି ରଖିବାକୁ ଆଶ୍ୱାସନା ଦେଇଛନ୍ତି।

ଏହି ବୈଠକରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଡିସାନାଇକେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ କହିଛନ୍ତି, ଶ୍ରୀଲଙ୍କା ଅଞ୍ଚଳରୁ ଭାରତ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

ଏସ ଜୟଶଙ୍କର ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜୟ ହେରାଥଙ୍କୁ ଭେଟିଥିଲେ। ଜୟଶଙ୍କର ସୋସିଆଲ ମିଡିଆରେ କହିଛନ୍ତି, କଲମ୍ବୋରେ ବୈଦେଶିକ ମନ୍ତ୍ରୀ ବିଜୟ ହେରାଥଙ୍କ ସହ ବ୍ୟାପକ ଏବଂ ବିସ୍ତୃତ ଆଲୋଚନା ହୋଇଥିଲା। ତାଙ୍କୁ ନୂତନ ଦାୟିତ୍ୱ ପାଇଁ ପୁଣିଥରେ ଅଭିନନ୍ଦନ ଜଣାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଭାରତ-ଶ୍ରୀଲଙ୍କା ସହଭାଗୀତାର ବିଭିନ୍ନ ଦିଗ ସମୀକ୍ଷା କରିଛନ୍ତି। ଶ୍ରୀଲଙ୍କାର ଆର୍ଥିକ ପୁନଃନିର୍ମାଣରେ ଭାରତର ନିରନ୍ତର ସମର୍ଥନ ନିଶ୍ଚିତ ହୋଇଛି। ଆମର ପଡୋଶୀ ଦେଶ ପ୍ରଥମ ନୀତି ଏବଂ ସାଗର ଆଭିମୁଖ୍ୟ ସର୍ବଦା ଭାରତ-ଶ୍ରୀଲଙ୍କା ସମ୍ପର୍କର ଅଗ୍ରଗତି ଦିଗରେ ମାର୍ଗଦର୍ଶନ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ କାହିଁକି ଟ୍ରେନିଂ ନେବାକୁ ଚାହୁଁଛନ୍ତି ଇସ୍ରାଏଲ ସୁରକ୍ଷା କର୍ମୀ? ପୋଲିସକୁ ମାଗିଲେ ସ୍ଥାନ

ନୂଆଦିଲ୍ଲୀ,୫।୧୦: ମଧ୍ୟ ପୂର୍ବର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଏହି ଅଞ୍ଚଳରେ ଆଉ ଏକ ଯୁଦ୍ଧ...

ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ଦିଆ ନ ଯାଏ, ତେବେ…

ନୂଆଦିଲ୍ଲୀ,୫।୧୦: ଲଦ୍ଦାଖର ଜଳବାୟୁ କାର୍ଯ୍ୟକର୍ତ୍ତା ବା କ୍ଲାଇମେଟ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଘୋଷଣା କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ...

ଭାଜପାର ବଡ଼ ଆକ୍ସନ: ଦଳରୁ ବିଦା ହେଲେ ୪ ବଡ଼ ନେତା

ଚଣ୍ଡିଗଡ,୫।୧୦: ହରିୟାଣାରେ ଆଜି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଅପରପକ୍ଷରେ ଭାଜପା ଚାରିଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ଚାରିଜଣ ହିସାର ବିଧାନସଭା ଠାରୁ...

ଲେବାନନ ଆକ୍ରମଣରେ ୟୁଏଇ ଭୟଭୀତ, ବିମାନ ଚଳାଚଳ ବନ୍ଦ

ଦୁବାଇ,୫ା୧୦: ୟୁଏଇ ଲେବାନନ ଆକ୍ରମଣ ନେଇ ଭୟଭୀତ ହୋଇପଡ଼ିଛି। ସେପ୍ଟେମ୍ବର ୧୭ରେ ଲେବାନନର ରାଜଧାନୀ ବେରୁଟ ସମେତ ଅନେକ ସ୍ଥାନରେ ବାର୍ତ୍ତା ପହଞ୍ଚାଇବା ପାଇଁ ବ୍ୟବହୃତ...

‘ଯୁବକ ଯଦି ହୁଡିଯାଆନ୍ତି ତେବେ ଦେଶର ଅବସ୍ଥା,’ଆପତ୍ତିଜନକ ବୟାନକୁ ନେଇ…

ନୂଆଦିଲ୍ଲୀ,୫।୧୦: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ କାର୍ଯ୍ୟକ୍ରମରେ ମହନ୍ତ ୟତି ନରସିଂହାନନ୍ଦ ପୈଙ୍ଗାମ୍ବର ମହମ୍ମଦ ଏବଂ କୁରାନ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି, ଯାହା ପରେ ସାରା...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୫।୧୦: ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଯୋଜନା ପଣ୍ଡ ହୋଇଛି। ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ,...

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

ଅସ୍ତିତ୍ୱ ହରାଇବ ଇସ୍ରାଏଲ୍‌

ତେହରାନ/ଜେରୁଜେଲମ୍‌,୫ା୧୦: ଇରାନ ପକ୍ଷରୁ ଇସ୍ରାଏଲ୍‌ ଉପରେ କରାଯାଇଥିବା ସଦ୍ୟ ମିଶାଇଲ ମାଡ଼କୁ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ପ୍ରଶଂସା କରିବା ସହ ଆବଶ୍ୟକ ପଡ଼ିଲେ ପୁଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri