Categories: ଖେଳ

ଶ୍ରୀଲଙ୍କା-ସ୍କଟ୍‌ଲାଣ୍ଡ ମ୍ୟାଚ୍‌ ବାତିଲ

ଏଡିନବର୍ଗ, ୧୯।୫- ଶ୍ରୀଲଙ୍କା ଓ ଘରୋଇ ସ୍କଟ୍‌ଲାଣ୍ଡ ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ମ୍ୟାଚ୍‌ ଆରମ୍ଭରୁ ପ୍ରବଳ ବର୍ଷା ହେବାରୁ ଗୋଟିଏ ବି ବଲ୍‌ ବୋଲିଂ କରିବା ସମ୍ଭବପର ହୋଇ ନ ଥିଲା। ଫଳରେ ଦୁଇ ଅମ୍ପାୟର ଖେଳକୁ ବାତିଲ କରିଥିଲେ। ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍‌ ଆସନ୍ତା ୨୧ରେ ଖେଳାଯିବ। ବିଶ୍ୱକପ୍‌ ପୂର୍ବରୁ ଅଭ୍ୟାସ ଲାଗି ଶ୍ରୀଲଙ୍କା ଏହି ସଂକ୍ଷିପ୍ତ ଟୁର୍‌ କରିଛି।

Share