ଶ୍ରୀଲିଙ୍ଗରାଜଙ୍କ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ

ପୁରୁଣା ଭୁବନେଶ୍ୱର,୧୧।୧୧(ଡି.ଏନ.ଏ.) : ଆସନ୍ତା ୧୨ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଲାଗି ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ କରାଯାଇଛି। ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ପୂର୍ବାହ୍ନରେ ବହୁ ଯାତ୍ରୀଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଶୃଙ୍ଖଳିତ କରିବା ଲାଗି ପୂର୍ଣ୍ଣିମାର ପୂର୍ବଦିନ ସୋମବାର ରାତ୍ରି ୩ଟାଠାରୁ ମନ୍ଦିର ଖୋଲା ଯାଇ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ଓ ଅବକାଶ ଶେଷ କରାଯାଇ ସର୍ବସାଧାରଣ ମଙ୍ଗଳବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଦିଆଯିବ। ପୂର୍ବାହ୍ନ ୧୦ଟା ପରେ ଅନ୍ୟ ନୀତି ସମ୍ପୂର୍ଣ୍ଣ କରାଯିବା ନିମନ୍ତେ ସ୍ଥିର କରାଯାଇଛି। ଏଣୁ ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉଙ୍କ ନୀତି ସମାପନ କରାଯିବାକୁ ନିଯୋଗ ସେବାୟତମାନଙ୍କୁ ସଜାଗ କରାଯାଇଛି। ସେମାନେ ଉପସ୍ଥିତ ରହି ନୀତି ପରିଚାଳନାକୁ ତ୍ୱରାନ୍ବିତ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Share