ଶ୍ରୀଲିଙ୍ଗରାଜଙ୍କ ଜମିରେ ରହିତାଦେଶ ପ୍ରସଙ୍ଗ:ଶୁକ୍ରବାରକୁ ଘୁଞ୍ଚିଲା ଶୁଣାଣି

ପୁରୁଣା ଭୁବନେଶ୍ୱର, ୬। ୮ (ଡି.ଏନ୍‌.ଏ.): ମହାପ୍ରଭୁ ଶ୍ରୀଲଙ୍ଗରାଜଙ୍କ ନୂଆଗାଁ ମୌଜା ଗଙ୍ଗୁଆ ବ୍ରିଜ୍‌ ନିକଟରେ ରହିଥିବା ଏ୨.୬୩୦ ଡିସିମିଲ ପରିମିତ ଜାଗାରେ ବେଆଇନ ଗୃହ ନିର୍ମାଣ ଚାଲିଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ସିଆରପିସି ଧାରା ୧୪୪ ଅନୁଯାୟୀ ଏହାକୁ ବେଆଇନ ଦର୍ଶାଇ ରହିତାଦେଶ ଜାରି କରାଯାଇଥିଲା। ତେଣୁ ୧୪୪ ଧାରା ରହିତାଦେଶ ୬୦ଦିନ ପାଇଁ ବଳବତ୍ତର ରହିଥିବାବେଳେ ସୋମବାର ଅତିରିକ୍ତ ଆରକ୍ଷୀ ଉପ-ଆୟୁକ୍ତଙ୍କ ଇଜିଲାସରେ ମାମଲାର ଶୁଣାଣି ହୋଇଥିଲା। ତେବେ ଦ୍ୱିତୀୟ ପକ୍ଷ ହାଜର ହୋଇ ତାଙ୍କର ପକ୍ଷ ରଖିଥିଲେ ଏବଂ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ଏହା ଦେୱାନୀ ମାମଲା ହୋଇଥିବାରୁ ଉପଯୁକ୍ତ ଦେୱାନୀ ଅଦାଲତରେ ଏହାର ବିଚାର ହୋଇପାରିବ। ଏଣୁ କୋର୍ଟରେ ଏହି ମାମଲା ଶୁକ୍ରବାର ଦିନକୁ ଶୁଣାଣି ରଖିଥିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି।

Share