ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ କାଠ ଚିହ୍ନଟ ଆରମ୍ଭ

ପୁରୁଣା ଭୁବନେଶ୍ୱର,୨୦।୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ରୁକୁଣା ତଥା ଅଶୋକାଷ୍ଟମୀ ରଥଯାତ୍ରା ଆସନ୍ତା ଏପ୍ରିଲ ୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ଶ୍ରୀପଞ୍ଚମୀରେ ଶ୍ରୀଜୀଉଙ୍କ ରଥଗୋଟା ଅନୁକୂଳ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ରଥ ନିର୍ମାଣ ପାଇଁ ରବିବାର ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ଦିର ପ୍ରଶାସନର ଅଧିକାରୀମାନେ ନୟାଗଡ଼ ବନଖଣ୍ଡ ଖଣ୍ଡପଡ଼ା ବନାଞ୍ଚଳରେ ପହଞ୍ଚତ୍ ରଥକାଠ ଚିହ୍ନଟ କରିଛନ୍ତି। ୫ଟି ମହୀ, ୫ଟି ଶିମିଳି, ୫ଟି କୁମ୍ଭୀ, ୨ଟି ଶାଳ, ୨ ବେଲ, ୨ ତେନ୍ତୁଳି, ୪ ଟି ନିମ୍ବ ପ୍ରଭୃତି ଗଛ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବନଖଣ୍ଡ ଅଧିକାରୀଙ୍କୁ ଚିଠି କରାଯାଇଛି। ହେମନ୍ତ କୁମାର ମହାପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପରୋକ୍ତ ଗଛର ସ୍ବତନ୍ତ୍ର ମାପ ନେଇ ଚିହ୍ନଟ ପ୍ରକ୍ରିୟା ଜାରି ରଖିଥିବା ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।

Share