ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ପ୍ରସଙ୍ଗ

ପୁରୁଣା ଭୁବନେଶ୍ୱର, ୨୯।୨(ଡି.ଏନ.ଏ.): ମହାଶିବରାତ୍ରି ଯିବାର ପ୍ରଥମ ଶନିବାର ପରମ୍ପରା ଅନୁସାରେ ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଟିତ ହେଉଥିଲା। ହେଲେ ୨୦୧୫ରୁ ଶ୍ରୀକପିଳେଶ୍ୱର ମନ୍ଦିରରେ ମଲିଆ ଏବଂ ଖୁଣ୍ଟିଆ ସେବାୟତଙ୍କ ବିବାଦ ଯୋଗୁ ୯ ଶହ ବର୍ଷର ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ଚଳିତବର୍ଷ ଏହି ଯାତ୍ରାକୁ ପୁଣି ଶୃଙ୍ଖଳିତ କରିବାକୁ ବିଭିନ୍ନ ବିଭାଗ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାର ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ବ୍ରାହ୍ମଣ, ପୂଜାପଣ୍ଡା ଓ ବଡୁ ନିଯୋଗ ସେବାୟତଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଟିତ ହୋଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆହୂତ ବୈଠକରେ ଶ୍ରୀଜୀଉଙ୍କ ନୀତିରେ ବ୍ୟତିକ୍ରମ ନ କରିବାକୁ ଅନୁରୋଧ କରାଯାଇଥିଲା। ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ୍ରା ପୁଣି ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ଦାସ କହିଛନ୍ତି।

Share