ଶ୍ରୀଲିଙ୍ଗରାଜ ମନ୍ଦିରରେ ଫଟୋ ଭାଇରାଲ ଘଟଣା: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୁଣା ଭୁବନେଶ୍ୱର, ୨୨ା୮ (ଡି.ଏନ.ଏ.): ଶ୍ରାବଣ ଶେଷ ସୋମବାରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ କାଉଡ଼ିଆଙ୍କ ସମାଗମ ସମୟରେ ଜନୈକ ସେବାୟତ ମନ୍ଦିରର ବିଭିନ୍ନ ସ୍ଥାନରେ ନିଜର ସେଲଫି ଫଟୋ ଉଠାଇ ଫେସବୁକ୍‌ରେ ଅପଲୋଡ କରିଥିଲେ। ଏହି ଫଟୋ ଭାଇରାଲ ହେବାପରେ କେତେକ ଗଣମାଧ୍ୟମରେ ଖବରଟି ପ୍ରକାଶ ପାଇଥିଲା। ବୁଧବାର ଏହାକୁ ଗୁରୁତ୍ୱର ଭାବେ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଜଣାପଡ଼ିଛି।