ଶ୍ରୀଲିଙ୍ଗରାଜ ମନ୍ଦିରର କୀର୍ତ୍ତିରାଜି ସତ୍ତା ହରାଇବାକୁ ମସୁଧା: ପୁଣି ସ୍ଥାପନ କରାଗଲାନି ବୃଷଭ

ପୁରୁଣା ଭୁବନେଶ୍ୱର,୧୮।୮(ଡି.ଏନ.ଏ.): ଏକାମ୍ର କ୍ଷେତ୍ରର ଅନେକ ପ୍ରାଚୀନ ମନ୍ଦିରର କୀର୍ତ୍ତିରାଜି ବିଭିନ୍ନ କାରଣରୁ ସତ୍ତା ହରାଉଛି। ଏହି ପରିପ୍ରେକ୍ଷୀରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ବ୍ୟତିକ୍ରମରୁ ମନ୍ଦିରର ସୂକ୍ଷ୍ମ କୀର୍ତ୍ତିରାଜିଗୁଡିକୁ ଅବ୍ୟବସ୍ଥିତ କରିବାକୁ ମଧ୍ୟ ପ୍ରଚ୍ଛଦ ପଟରେ ମସୁଧା ଚାଲିଥିବା ଗର୍ଭଗୃହର ଏକ ବୃଷଭ ପ୍ରତିମୂର୍ତ୍ତି ପୁନଃ ସ୍ଥାପନରୁ ଜଣାଯାଏ। ସପ୍ତାହକ ତଳେ ଆଡ କାଠ ନିକଟରେ ଥିବା ପ୍ରାଚୀନ ବୃଷଭ ପ୍ରତିମୂର୍ତ୍ତିକୁ କେହି ବାହାରେ ଫିଙ୍ଗି ଦେଇଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବିଚାରବିମର୍ଶ ପରେ ଅଗଷ୍ଟ ୧୪ରେ ବୃଷଭ ପ୍ରତିମୂର୍ତ୍ତିକୁ ସ୍ଥାପନ ପାଇଁ ଦିନ ସ୍ଥିର ହୋଇଥିଲା। ନିର୍ଦ୍ଧାରିତ ସମୟ ଅନୁଯାୟୀ ଏଏସ୍‌ଆଇ ଆଡମିନିଷ୍ଟ୍ରଟିଭ ଅଫିସର ବିଜୟ କୁମାର ଦାସ, ଏଏସଆଇର ସଂରକ୍ଷଣ ଅଧୀକ୍ଷକ ତୈଲୋକ୍ୟନାଥ ବେହେରା ପୂରା ଟିମ୍‌ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ମାତ୍ର ବୃଷଭଟି ଜଣେ ସେବାୟତଙ୍କ ହାତରୁ ଖସି ପଡି ଗୋଡ ଫାଟି ରକ୍ତସ୍ରାବ ହୋଇଥିଲା ବୋଲି ଜଣେ ସେବାୟତ କହିଥିଲେ। ଏଥିପାଇଁ ଶୁଦ୍ଧି ହେବା ଜରୁରୀ ବୋଲି କହିଥିଲେ। ସେବାୟତଙ୍କ କହିବା ଅନୁଯାୟୀ, ଶୁଦ୍ଧି ପାଇଁ ପ୍ରକ୍ରିୟା ଚାଲିଥିଲେ ହେଁ ଏଏସ୍‌ଆଇ ଅଧିକାରୀ ଓ ମନ୍ଦିର ପ୍ରଶାସନିକ ଅଧିକାରୀ ନ ଥିଲେ। ବାଧ୍ୟ ହୋଇ ଏଏସ୍‌ଆଇ ଟିମ୍‌ ଫେରି ଯାଇଥିଲେ। ଆସନ୍ତା ୧୯ ତାରିଖ ପରେ ସମସ୍ତ ନିଯୋଗଙ୍କୁ ନେଇ ମିଟିଂ ପରେ ବୃଷଭ ପୁନଃ ସ୍ଥାପନ ହେବ ବୋଲି ଏଏସ୍‌ଆଇର ସଂରକ୍ଷଣ ଅଧୀକ୍ଷକ ବେହେରା କହିଛନ୍ତି।

Share