ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ପୁରୁଣା ଭୁବନେଶ୍ୱର,୯ା୧୧ (ଡି.ଏନ.ଏ.): ଖଣି ଓ ସଂସଦୀୟ ବ୍ୟାପର କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଶୁକ୍ରବାର ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସିଥିଲେ। ତାଙ୍କ ସହ ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ ଥିଲେ। ଉଭୟଙ୍କୁ ସକାଳ ୯ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ସାହୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ ପୂର୍ବକ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ମନ୍ଦିରର ବିଭିନ୍ନ ପାର୍ଶ୍ୱ ଦେବଦେବୀ ଦର୍ଶନ କରିବା ସହ ଗର୍ଭଗୃହରେ ଶକ୍ତିଠାରେ ତାଙ୍କୁ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ପୂଜାର୍ଚ୍ଚନା କରାଇଥିଲେ। ମୁଖ୍ୟ ଅତିଥିମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ମିଟୁ ସମର୍ଥା ମନ୍ଦିର ଚୁଡ଼ାରେ ନୂତନ ପତାକା ବାନ୍ଧିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ସିଏଲର ସିଏମ୍‌ଡି ବି.ଏମ. ଶୁକ୍ଲା, କୋଲ ଇଣ୍ଡିଆର ଚେୟାରମ୍ୟାନ ଏ.କେ. ଝା, ନାଲ୍‌କୋର ବରିଷ୍ଠ ଅଧିକାରୀ ଆଦିତ୍ୟ ମିଶ୍ର, ଆଶୁତୋଷ ରଥ, ଭାଜପା ରାଜ୍ୟ ଉପସଭାପତି ସମୀର ମହାନ୍ତି, ଯୁବନେତା ବାବୁ ସିଂ, ଶୁଭାସିନୀ ପୃଷ୍ଟି ପ୍ରମୁଖ ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ। ସେହିଭଳି ସଫେଇ କର୍ମଚାରୀମାନଙ୍କର ଜାତୀୟ କମିଶନର ମହ୍ନାର ଭାଲିଜୀଭାଇ ଜଲା ସକାଳେ ମନ୍ଦିର ପରିଦର୍ଶନ କରିଥିଲେ। ତାଙ୍କୁ ବିଏମ୍‌ସିର ଉପକମିଶନର ଶୁଭେନ୍ଦୁ କୁମାର ସାହୁ ସ୍ବାଗତ କରିଥିଲେ।

Share