ପୁରୀ ଅଫିସ,୧୯।୨: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ବୁଧବାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମହାପ୍ରଭୁ ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରୁଛନ୍ତି ଭକ୍ତ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୮ଟାରେ ପଙ୍କୋଦ୍ଧାର ଆରମ୍ଭ ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ପଙ୍କୋଧାର ପରେ ଦର୍ଶନ ଆରମ୍ଭ ହୋଇଛି। ରାତି ୧୦ଟା ପର୍ଯ୍ୟନ୍ତ ଏହି ଦର୍ଶନ ଚାଲିବ।
ସୂଚନାଥାଉକି, ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ଲିଙ୍ଗ ସର୍ବଦା ପାଣିରେ ବୁଡି ରହିଥାନ୍ତି। ଲୋକମାନେ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା ଦର୍ଶନ କରିଥାନ୍ତି। ପଙ୍କୋଦ୍ଧାର ଏକାଦଶୀରେ ଗମ୍ଭିରାରୁ ପଙ୍କ ବାହାର କରାଯାଏ। ବର୍ଷକର ଏହି ଗୋଟିଏ ଦିନ ଭକ୍ତମାନେ ଶ୍ରୀଲୋକନାଥଙ୍କ ପ୍ରତ୍ୟେକ୍ଷ ଲିଙ୍ଗ ଦର୍ଶନ କରିଥାନ୍ତି।