ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ନୀତି ନିର୍ଘଣ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୯।୫: ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ଲାଗି ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ସକାଳ ୬ରୁ ୭ଟା ମଧ୍ୟରେ ଶ୍ରୀଜୀଉ ସ୍ନାନ ମଣ୍ଡପକୁ ବିଜେ ହେବେ। ୭ଟା୩୦ରେ ଜୟ ମଙ୍ଗଳା ଆରତି, ୧୦ଟାରେ ନୀତି ସ୍ନାନ, ୧୨ଟାରେ ବଲ୍ଲଭ ମଣୋହି, ୧ଟାରେ ମଙ୍ଗଳାର୍ପଣ, ୧ଟା୩୦ରେ ଗଜବଦନ ବେଶ, ଅପରାହ୍ନ ୨ଟାରେ ଖେଛୁଡି ଧୂପ ଓ ରାତ୍ର ୭ଟାରେ ଅନବସର ଗୃହ ପ୍ରବେଶ ହେବ ବୋଲି ସ୍ଥିର ହୋଇଛି। ଟ୍ରଷ୍ଟ ବୋର୍ଡ ସଭାପତି ତଥା ଉପଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ଧୀରେନ ସାହୁ, ବଳରାମ ସୁଆର, ରଞ୍ଜନ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ।