ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନ ପାଇଲା କବି ବ୍ରଜନାଥ ରଥଙ୍କ ତୈଳଚିତ୍ର

ବାଲେଶ୍ୱର ଅଫିସ,୧୨।୬: ବାଲେଶ୍ୱରର ବିଶିଷ୍ଟ କବି ବ୍ରଜନାଥ ରଥଙ୍କର ତୈଳଚିତ୍ର ମଙ୍ଗଳବାର ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନୀତ ହୋଇଛି।  ଏହି ଅବସରରେ ଆୟୋଜିତ ସଭାରେ ଉତ୍କଳ ସାହିତ୍ୟ ସମାଜର ସଭାପତି ବିଜୟାନନ୍ଦ ସିଂ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ପଦ୍ମଭୂଷଣ ରମାକାନ୍ତ ରଥ ଯୋଗଦେଇ ବ୍ରଜନାଥଙ୍କ ତୈଳ ଚିତ୍ରଙ୍କୁ ଉନ୍ମୋଚନ କରିଥିଲେ। ମୁଖ୍ୟବକ୍ତା ଭାବେ ଡକ୍ଟର ଅରବିନ୍ଦ ଗିରି ଓ ସମ୍ମାନନୀୟ ଅତିଥି ଭାବେ କବି କାଳିପଦ ପଣ୍ଡା ଯୋଗ ଦେଇଥିଲେ । ସୁଶାନ୍ତ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଗୋବିନ୍ଦ ଚନ୍ଦ୍ର ଦାସ ଉତ୍ସବ ସମ୍ପର୍କରେ ସୂଚନା ଦେଇଥିଲେ । କବି ସ୍ବର୍ଗତ ରଥଙ୍କ ସମ୍ପର୍କରେ ତାଙ୍କ ପୁତ୍ର ବ୍ରହ୍ମାନାଥ ବକ୍ତବ୍ୟ ରଖିଥିଲେ ା ଜୀବନାନନ୍ଦ ଅଧିକାରୀ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ସମାରୋହରେ ବହୁ ସାହିତି୍ୟକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Share