ଶ୍ରୀ ଲିଙ୍ଗରାଜ ମନ୍ଦିର ପୂର୍ଣ୍ଣମୀ ପାଇଁ ଫୁଲ ସଜାଇଲେ ଭକ୍ତ

ପୁରୁଣା ଭୁବନେଶ୍ୱର,୧୨ା୧୧(ଡି.ଏନ୍‌.ଏ.):

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏକମାସ ଧରି ବ୍ରତ ରଖିଥିବା ହବିଷ୍ୟାଳିମାନେ ଶ୍ରୀ ଲିଙ୍ଗରାଜଙ୍କ ରାଇ ଦାମୋଦର ବେଶ ଦର୍ଶନ ସହ ବ୍ରତ ସମାପନ କରିଥାନ୍ତି। ଏହି ଅବସରରେ ପ୍ରଥମଥର ପାଇଁ ଆଶିଷ ଜୟସ୍ବାଲ ନାମକ ଜନୈକ ପର୍ଯ୍ୟଟକ ତଥା ଭକ୍ତ ମନ୍ଦିରର ସିଂହଦ୍ୱାର ଏବଂ ଉତ୍ତରଦ୍ୱାର ଫୁଲ ସଜାଇ ଥିଲେ।

Share