ଭଦୋଦରା,୧୦।୯: ଗୁଜୁରାଟ ଭଦୋଦରାରେ ଥିବା ଶ୍ରୀ ସାର୍ ସୟାଜି ଜେନରାଲ ହସ୍ପିଟାଲରେ ଥିବା ଶିଶୁ ବିଭାଗରେ ମଙ୍ଗଳବାର ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଓ୍ବାର୍ଡରେ ଥିବା ସମସ୍ତ ଶିଶୁ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଥିବା ସୂଚନା ମିଳିଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି।