Categories: ଜାତୀୟ

ଶ୍ରେଣୀଗୃହରେ ଛତା ଧରି ବସିବାକୁ ବାଧ୍ୟ ହେଉଛନ୍ତି ଛାତ୍ରୀଛାତ୍ର

ଘୋରାବନ୍ଧ,୭।୯: ଝାଡଖଣ୍ଡ ଘୋରାବନ୍ଧ ଜିଲାରେ ଏକ ସରକାରୀ ସ୍କୁଲରେ ପିଲାମାନେ ଛତାଧରି ବସିବାକୁ ବାଧ୍ୟ ହେଉଛନ୍ତି। ମୁରେଠାକୁରା ଗାଁରେ ଥିବା ଏହି ସ୍କୁଲରେ ବର୍ଷାହେଲେ ପାଣି ଗଳୁଥିବାରୁ ପିଲାମାନେ ଛତାଧରି ବସିବାକୁ ବାଧ୍ୟ ହେଉଥିବା ପ୍ରକାଶ। ସ୍କୁଲର ଶିକ୍ଷକ ରତିକାନ୍ତ ପ୍ରଧାନ କହିଛନ୍ତି, ସ୍କୁଲରେ ମୋଟ ୭ଟି ଶ୍ରେଣୀଗୃହ ଥିବା ବେଳେ ୩ଟିକୁ ଛାଡି ବାକି ଗୁଡ଼ିକର ଅବସ୍ଥା ଭଲ ନାହିଁ। ଏ ବିଷୟରେ ଅଭିଯୋଗ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ଏହାକୁ ନେଇ କୌଣସି କାର୍ଯ୍ୟ ହୋଇନାହିଁ। ତେଣୁ ପିଲାମାନଙ୍କର ପାଠ ପଢାରେ ବ୍ୟାଘାତ ଘଟୁଥିବା ସେ କହିଛନ୍ତି।

Share